ଭୁବନେଶ୍ୱରରେ ଏୟାର ‘ଶୋ’ ଫୁଲ୍ ଡ୍ରେସ ରିହର୍ସାଲ: କୌଶଳ ଏବଂ ପରାକ୍ରମ ଦେଖାଇଲେ ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍

ଭୁବନେଶ୍ୱର: ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ପକ୍ଷରୁ ଏୟାର ‘ଶୋ’ ପାଇଁ ବାୟୁସେନାର ଫୁଲ୍ ଡ୍ରେସ ରିହର୍ସାଲ। ୯ଟି ଲଢୁଆ ହକ୍ ବିମାନରେ ଚାଲିଛି ଚିତ୍ତାକର୍ଷକ ‘ଶୋ’ ପ୍ରଦର୍ଶନ। କମ୍ପି ଉଠୁଛି ଆକାଶ ମାର୍ଗ, କୌଶଳ ଦେଖାଉଛନ୍ତି ବାୟୁ ବୀର। ତେବେ ଏହି ‘ଶୋ’ କୁ ଗ୍ରୁପ୍ କ୍ୟାପଟେନ୍ ଜି ଏସ୍ ଝେଲନ୍ ଲିଡ କରୁଥିବା ଜଣା ପଡିଛି।

ଏୟାର ‘ଶୋ’ ରହିର୍ସାଲରେ ବାୟୁବୀରମାନେ ଭୂମୀ ଠାରୁ ପାଖାପାଖି ୫୦୦ ପୁଟ ଉର୍ଦ୍ଧରେ ଏବଂ ଘଣ୍ଟାକୁ ୧୬୦୦ କିମି ବେଗରେ ସେମାନଙ୍କ କୌଶଳ ପଦର୍ଶନ କରୁଛନ୍ତି । ଏଥି ସହିତ ଏହି ‘ଶୋ’ ରେ କର୍ଣ୍ଣାଟକ ଭିଦାରରୁ ଆସିଥିବା ସ୍ୱତନ୍ତ୍ର ଟିମ୍ ମଧ୍ୟ ତାଙ୍କ ଦମ୍ ଦେଖାଉଛନ୍ତି । ସେହିପରି ଆସନ୍ତା କାଲି ଭୁବନେଶ୍ୱରର କୁଆଖାଇ ପଠାରେ ସୂର୍ଯ୍ୟକୁରଣ ‘ଶୋ’ ର ରିହର୍ସାଲ ଚାଲିବ ଏବଂ ଆସନ୍ତା ୧୮ ତାରିଖରେ ପୁରୀରେ ରାଜଭବନ ଉପରେ ନିଜର ପରାକ୍ରମ ଦେଖାଇବେ ବାୟୁବୀର । ତେବେ ଏହି ‘ଶୋ’ ପାଇଁ କର୍ଣ୍ଣାଟକରୁ ୧୧ ଟି ଲଢୁଆ ହକ୍ ବିମାନ ଆସିଛି ।

ତେବେ ଓଡ଼ିଶା ବ୍ୟତୀତ ସେପ୍ଟେମ୍ବର ୨୬ ଏବଂ ୨୭ରେ ଗୌହାଟୀ, ଅକ୍ଟୋବର ୮ ରେ ଚଣ୍ଡିଗଡ଼ ଏବଂ ବରେଲୀରେ ଅକ୍ଟୋବର ୧୪ ଏହାର ‘ଶୋ’ ପ୍ରଦର୍ଶନ କରିବ । ୧୯୯୬ ରେ ଗଠିତ ହୋଇଥିବା “ସୂର୍ଯ୍ୟକିରଣ’ ଏକ ଏରୋବ୍ୟାଟିକ୍ସ ପ୍ରଦର୍ଶନକାରୀ ଦଳ ଏବଂ ଭାରୀତୟ ବାୟୂସେନାର ୫୨ ତମ ସ୍କ୍ୱାର୍ଡନର ଏକ ଅଂଶ । ଏହି ପ୍ରଦର୍ଶନରେ Hawk Mk-132 ବିମାନ ଆକାଶରେ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଥାଏ ।

Related Articles

Back to top button