ରାମନବମୀକୁ ନେଇ ଭଦ୍ରକ ଓ ବାଲେଶ୍ବରରେ ହାଇ ଆଲର୍ଟରେ ରହିଛି ପୋଲିସ

ରାମନବମୀକୁ ନେଇ ପୂର୍ବାଞ୍ଚଳ ପୁଲିସର ସମୀକ୍ଷା ବୈଠକ। ଏନେଇ ପୂର୍ବଞ୍ଚଳ ଡ଼ିଆଇଜି ସତ୍ୟଜିତ ନାୟକ ଓ ଡିଆଇଜି ହେଡ କ୍ୱାଟର ବି. ଗଙ୍ଗାଧରଙ୍କ ସାମ୍ବାଦିକ ସମ୍ମିଳନୀ। ରାମନବମୀ ପାଇଁ ଭଦ୍ରକରେ ୨୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ଯେଉଁଥିରେ୩ ପ୍ଲାଟୁନ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ( CRPF, BSF ଓ RAF ) ମୁତୟନ ରହିବେ।

ସେହିପରି ବାଲେଶ୍ୱର ପାଇଁ ୧୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ତନ୍ମଧ୍ୟରୁ ୩ ପ୍ଲାଟୁନ ପରାମିଲିଟାରୀ ଫୋର୍ସ ମୁତୟନ ରହିବେ। ବାଲେଶ୍ୱର ଦାୟିତ୍ୱରେ ଡିଆଇଜି ବି.ଗଙ୍ଗାଧର ରହିବେ। ଭଦ୍ରକ ପାଇଁ ଡ଼ିଆଇଜି ସତ୍ୟଜିତ ନାୟକ ଦାୟିତ୍ବରେ ରହିବେ।ମୁଖ୍ୟତଃ ଡିଜିଙ୍କ ନିର୍ଦ୍ଦେଶରେ ସୋସିଆଲ ମିଡିଆକୁ ନେଇ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଜଣେ ଡ଼ିଏସପିଙ୍କ ନେତୃତ୍ୱରେ ଟିମ ମନିଟରିଂ କରିବ। ସିସିଟିଭି କ୍ୟାମେରା ଓ ଡ୍ରୋନ ଲାଗିଯାଇଛି। ସମ୍ବେଦନଶୀଳ ସ୍ଥାନ ଗୁଡିକରେ RAF, BSF ଓ CRPF ଯବାନ ମୁତୟନ ରହିବେ। ପ୍ରତି ଦଳ ଶୋଭାଯାତ୍ରା ସାମ୍ନାରେ CRPF ଯବାନ ଲିଡ଼ କରିବେ। ସୋସିଆଲ ମିଡିଆରେ କୌଣସି ଆପତ୍ତିଜନକ ପୋଷ୍ଟ ପାଇଁ ତୁରନ୍ତ ଗିରଫ ଓ ସାଇଡକୁ ବ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Back to top button