ଉଭୟ ସରକାରୀ ଏବଂ ବେସରକାରୀ ଆମ୍ବୁଲାନ୍ସ ସେବା ପାଇଁ ଗୋଟିଏ ନମ୍ବର ୧୦୮

ଭୁବନେଶ୍ୱର: ଏଣିକି ୧୦୮ ନମ୍ବରକୁ କଲ୍ କଲେ ମିଳିବ ଉଭୟ ସରକାରୀ ଏବଂ ବେସରକାରୀ ଆମ୍ବୁଲାନ୍ସ ସେବା। ୧୦୮କୁ ଫୋନ୍ କଲେ ଆମ୍ବୁଲାନ୍ସ ସେବା ମିଳୁନଥିବା ନେଇ ଅଭିଯୋଗ ହେଉଥିଲା। ଏହାପରେ ରାଜ୍ୟ ସରକାର ଅଭିଯୋଗର ସମାଧାନ କରିବାକୁ ଚାହିଁ ଏପରି ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟରେ ପ୍ରାୟ ୫ ହଜାର ଆମ୍ବୁଲାନ୍ସ ରହିଛି। ଏବେ ଏହି ସମସ୍ତ ସରକାରୀ ଏବଂ ଘରୋଇ ଆମ୍ବୁଲାନ୍ସକୁ ମ୍ୟାପିଂ କରିଛନ୍ତି ରାଜ୍ୟ ସରକାର। ଏହାଦ୍ବାରା ୧୦୮କୁ ଫୋନ୍ କଲେ ଯିଏ ଯେଉଁ ଠିକଣାରେ (ଘର ନହେଲେ ହସ୍ପିଟାଲ) ଥାଇ ଆମ୍ବୁଲାନ୍ସ ମାଗିବେ ତାଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇ ଦେବେ ସରକାର। ଏବେ ଏହାକୁ ଗୋଟିଏ ଛାତ ତଳୁ ନିୟନ୍ତ୍ରଣ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟ ଶେଷ ହୋଇଛି।

ସେହିପରି ଘରୋଇ ଆମ୍ବୁଲାନ୍ସରୁ ମନଇଚ୍ଛା ଦର ଉପରେ ରୋକ୍ ଲଗାଇବାକୁ ମଧ୍ୟ ରାଜ୍ୟ ସରକାର ନିୟମ କରୁଥିବା ସୂଚନା ରହିଛି। ହେଲେ ଘରୋଇ ଆମ୍ବୁଲାନ୍ସ ଭଡ଼ା କିଲୋମିଟର ପିଛା ରହିବ ନା ଘଣ୍ଟା ପିଛି ତାହା ସ୍ଥିର ହୋଇନଥିବା ସୂଚନା ରହିଛି।

Related Articles

Back to top button