ଜୀବତ ମହିଳାଙ୍କୁ ମୃତ ଦର୍ଶାଇବା ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ

ଯେଉଁମାନେ ଜୀବତ ଅଛନ୍ତି ସେମାନଙ୍କୁ ସୁଭଦ୍ରା ସହାୟତାର ସମସ୍ତ କିସ୍ତି ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯେଉଁମାନଙ୍କୁ ମୃତ ଦର୍ଶା ଯାଇଛି ତାହା ପୋର୍ଟାଲ ତ୍ରୁଟି । ଜୀବତ ମହିଳାଙ୍କୁ ମୃତ ଦର୍ଶାଇବା ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ଇ-କେୱାଇସି ବେଳେ ଏକ ବୈଷୟିକ ତ୍ରୁଟି ଯୋଗୁଁ ପ୍ରାୟ ୧୭୦୦ ମହିଳାଙ୍କୁ ମୃତ ଦର୍ଶା ଯାଇଛି । ଆସନ୍ତା ଅଗଷ୍ଟ ୧୫ ତାରିଖ ପରେ ଅଙ୍ଗନାବାଡ଼ି କର୍ମୀମାନେ ଘରକୁ ଘର ବୁଲି ସର୍ଭେ କରିବେ ।

ସମସ୍ତଙ୍କ ରିପୋର୍ଟ ଗ୍ରୀଭାନ୍ସ ପୋର୍ଟାଲ ଦାଖଲ କରାଯିବ । ଯେଉଁମାନେ ଦ୍ୱିତୀୟ ଓ ତୃତୀୟ କିସ୍ତିରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଚିହ୍ନଟ କରିବେ । ଏହା ପରେ ବଞ୍ଚିତ ହିତାଧିକାରୀଙ୍କୁ ସମସ୍ତ କିସ୍ତି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । କିଛି ମହିଳାଙ୍କୁ ପ୍ରଥମ କିସ୍ତି ମିଳିଥିବାବେଳେ ଦ୍ୱିତୀୟ ଓ ତୃତୀୟ କିସ୍ତିରୁ ବଞ୍ଚିତ ହୋଇଥିଲେ । ଯାଞ୍ଚ ପରେ ଜଣାପଡ଼ିଥିଲା ଯେ ପ୍ରାୟ ୧୭୦୦ ମହିଳାଙ୍କ ମୃତ ଦର୍ଶାଯାଇଥିଲା । କେବଳ ପୁରୀ ଜିଲ୍ଲାର ୨୨୬ ଜଣଙ୍କ ନାମ ସାମିଲ ଅଛି ।

Related Articles

Back to top button