ରାଜ୍ୟର ସମସ୍ତ ପାକ୍ସ ହେବ ପେପରଲେସ୍

ଭୁବନେଶ୍ବର: ଆସନ୍ତା ୧୦ ତାରିଖରୁ ପେପରଲେସ୍ ହେବ ରାଜ୍ୟର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ବା ପାକ୍ସ । ଏହି ପାକ୍ସ ଗୁଡିକରେ ଅନଲାଇନ କାର୍ଯ୍ୟ ସମ୍ପାଦନ ପାଇଁ ସମିତିର ସମ୍ପାଦକ ଓ ଡିଇଓ ମାନଙ୍କୁ ମାଷ୍ଟର ଟ୍ରେନରମାନେ ଚଳିତ ମାସ ୨୫ ତାରିଖ ସୁଦ୍ଧା ଆବଶ୍ୟକ ତାଲିମ୍ ପ୍ରଦାନ କରିବେ । ସମବାୟ ବିଭାଗରେ ୫ଟି ଆଧାରରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ଉପରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗୁରୁତ୍ବାରୋପ କରିଛନ୍ତି ।

ସମବାୟ ବିଭାଗରେ ୫ଟି ଆଧାରରେ ସମସ୍ତ କାର୍ଯ୍ୟ ସମ୍ପାଦନ ଉପରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗୁରୁତ୍ବାରୋପ କରିଛନ୍ତି । ରାଜ୍ୟର ସମସ୍ତ ୨୭୧୦ ଗୋଟି ପ୍ରାଥମିକ କୃଷି ସମବାୟ ସମିତି ଗୁଡିକୁ କମ୍ପ୍ୟୁଟରୀକରଣ କରାଯିବ । ଚାଷୀମାନଙ୍କୁ ସେବା ପ୍ରଦାନ କରିବା ଦିଗରେ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ପାକ୍ସ ଗୁଡିକର କମ୍ପ୍ୟୁଟରୀକରଣ ସଂପର୍କରେ ମନ୍ତ୍ରୀ ସମୀକ୍ଷା କରିଛନ୍ତି ।

ଡି.ଆର୍‌.ସି.ଏସ୍, ଏ.ଆର୍‌.ସି.ଏସ୍ ଏବଂ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସିଇଓ ମାନେ ଚଳିତ ମାସ ୩୦ ତାରିଖ ସୁଦ୍ଧା ସମସ୍ତ ୨୧୧୦ ପାକ୍ସର ନଥିପତ୍ର ଅପଡେଟ୍ କାର୍ଯ୍ୟ ତଦାରଖ କରି ରିପୋର୍ଟ ଦେବା ପଇଁ କୁହାଯାଇଛି । ଆବଶ୍ୟକ ସ୍ଥଳେ ନିର୍ଦ୍ଦିଷ୍ଟ ଭାବେ ଡିଇଓ ନିଯୁକ୍ତ କରିବା, ଅନ୍ ସାଇଟ ସହାୟତା ନିମିତ ଭି-ସଫ୍ଟ ତରଫରୁ ୩୦ ଜଣ ବୈଷୟିକ କର୍ମଚାରୀ ପ୍ରତି ଜିଲ୍ଲାରେ ରହିବେ । ସେହିପରି ପାକ୍ସ ଗୁଡିକରେ ଅନଲାଇନ କାର୍ଯ୍ୟ ସମ୍ପାଦନ ପାଇଁ ସମିତିର ସମ୍ପାଦକ ଓ ଡିଇଓ ମାନଙ୍କୁ ମାଷ୍ଟର ଟ୍ରେନରମାନେ ଚଳିତ ମାସ ୨୫ ତାରିଖ ସୁଦ୍ଧା ଆବଶ୍ୟକ ତାଲିମ୍ ପ୍ରଦାନ କରିବେ ।

ଏହି କମ୍ପ୍ୟୁଟରୀକରଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର ୪୮.୭୭ କୋଟି ଟଙ୍କା ଏବଂ ନେଟୱାର୍କ ସଂଯୋଗୀକରଣ ପାଇଁ ୫ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଲୋକସେବା ଭବନରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉକ୍ତ ବୈଠକରେ ସମବାୟ ବିଭାଗ ଶାସନ ସଚିବ ସଞ୍ଜିବ କୁମାର ଚଢା, ସମବାୟ ସମିତି ନିବନ୍ଧକ ୟୁ.ସି ମାଝି, ରାଜ୍ୟ ସମବାୟ ବ୍ୟାଙ୍କ ଏମ.ଡି ଗୋପବନ୍ଧୁ ଶତପଥୀ ଏବଂ ଅତିରିକ୍ତ ସଚିବ ସୁଦର୍ଶନ ସେଠୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ରାଜ୍ୟରେ ୨୭୧୦ଟି ପାକ୍ସ ଥିବାବେଳେ ଆସନ୍ତା ଅକ୍ଟୋବର ପହିଲା ସୁଦ୍ଧା ୨୬୦୦ଟି ପାକ୍ସର କମ୍ପ୍ୟୁଟରୀକରଣ ସହିତ ଡାଟା ଏଟ୍ରିଂ ଅପରେଟର (ଡିଇଓ) ବା ଆବଶ୍ୟକ ମାନବ ସମ୍ବଳ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଭାଗ ପକ୍ଷରୁ ପଦାଧିକାରୀମାନେ କ୍ଷେତ୍ର ଉପରେ କାର୍ଯ୍ୟ ତଦାରଖ କରୁଛନ୍ତି । କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ଆସନ୍ତା ୧୦ ତାରିଖରୁ ପାକ୍ସ ଗୁଡିକ ପେପରଲେସ୍ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Related Articles

Back to top button