ପଞ୍ଚୁକ ୫ ଦିନ ବନ୍ଦ ରହିବ ବଡ଼ଦାଣ୍ଡରୁ ମରଚିକୋଟ ଛକ ପର୍ୟ୍ୟନ୍ତ ସମସ୍ତ ଉଠାଦୋକାନ
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ନେଲା ବଡ଼ ନିଷ୍ପତି । ପଞ୍ଚୁକ ୫ ଦିନ ବଡ଼ଦାଣ୍ଡରେ ମରଚିକୋଟ ଛକ ପର୍ୟ୍ୟନ୍ତ ସମସ୍ତ ଉଠାଦୋକାନ ବନ୍ଦ ରଖିବାକୁ ନିର୍ଦ୍ଧେଶ ଦିଆଯାଇଛି । ସେହିପରି ମାର୍କେଟ ଛକରୁ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ କରାଯିବ। ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ପଞ୍ଚୁକରେ ଗହଳି ନିୟନ୍ତ୍ରଣ ପାଇଁ ୩ଟି ସିଫ୍ଟରେ ସ୍ବେଚ୍ଛାସେବୀ ମୁତୟନ ରହିବେ। ଏହା ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପଞ୍ଚୁକ ପାଇଁ ଅଧିକ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ବର୍ତ୍ତମାନ ଡାକବାଜି ଯନ୍ତ୍ରରେ ଦର୍ଶନ ବ୍ୟବସ୍ଥା ଉପରେ ସୂଚନା ଦିଆଯାଉଛି। ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ଦାଣ୍ଡର ଦୁଇପାର୍ଶ୍ୱରେ ଅସ୍ଥାୟୀ ଶୌଚାଳୟ କରାଯାଇଛି। ଭକ୍ତଙ୍କ ଲାଗି ପ୍ରତି ସେଡ୍ ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି।