
ଭଦ୍ରକରେ ଆମ୍ବୁଲାନ୍ସ ରାସ୍ତାରେ ଠିଆ ହୋଇଥିବା ଡମ୍ପରକୁ ଧକ୍କା ଦେବାରୁ ୬ ଜଣ ଆହତ
ଭଦ୍ରକ: ରବିବାର ରାତିରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ୧୬ ନଂ. ଜାତୀୟ ରାଜପଥର ଆଖୁଆପଦା ନିକଟରେ ରବିବାର ରାତିରେ ଏକ ଆମ୍ବୁଲାନ୍ସ ରାସ୍ତାରେ ଠିଆ ହୋଇଥିବା ଡମ୍ପରକୁ ଧକ୍କା ଦେବାରୁ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଭଦ୍ରକ ଓ ଅନ୍ୟ ୩ଜଣଙ୍କୁ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲା ସୋର ମଧୁସୂଦନପୁର ଗାଁର ଅସୁସ୍ଥ ଶାନ୍ତିଲତା ବେହେରା ନାମ୍ନୀ ମହିଳାଙ୍କୁ ସୋର ମେଡିକାଲରୁ ୧୦୮ ଆମ୍ବୁଲାନ୍ସରେ କଟକ ନିଆଯାଉଥିଲା। ଆଖୁଆପଦାଠାରେ ବ୍ରେକ୍ ଡାଉନ ହୋଇ ଥିବା ଡମ୍ପରକୁ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଏଥିରେ ଶାନ୍ତିଲତାଙ୍କ ସହ ଗୁରୁତର ହୋଇଥିବା ତାଙ୍କ ପୁଅ ଅଜିତ ଏବଂ ପୁତୁରା ରମେଶଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଡ୍ରାଇଭର ଓ ୨ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା।