କୋଭିଡର ନୂଆ ଭାରିଆଣ୍ଟ ର ମୁକାବିଲା ପାଇଁ ଆସନ୍ତାକାଲି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କୋଭିଡର ନୂଆ ଭାରିଆଣ୍ଟ ବିଏଫ୍ -୭ ର ସଂକ୍ରମଣ କୁ ନେଇ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ସମସ୍ତଙ୍କ ଚିନ୍ତା ବଢିଛି । ଫଳରେ ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ସମୀକ୍ଷା କରିବାକୁ ଯାଉଛନ୍ତି । ଯେଉଁଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ,ସଚିବଙ୍କ ସହ ପ୍ରମୁଖ ଅଧିକାରୀମାନେ ସାମିଲ ରହିବେ । ତେବେ ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଏହି ସମୀକ୍ଷାରେ କୋଭିଡର ବର୍ତ୍ତମାନ ସ୍ଥିତିକୁ ନେଇ ଆଲୋଚନା ହେବା ସହ ଏଥିରେ ସିଡିଏମଓ, ମେଡିକାଲ କଲେଜ କତ୍ତୃପକ୍ଷ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆଦି ଉପସ୍ଥିତ ରହିବେ । ତେବେ ଏହି ସମୀକ୍ଷାରେ ଆଗାମୀ ଦିନରେ କୋଭିଡ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ ହେବା ନେଇ ସୂଚନା ମିଳିଛି ।
ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ଆର୍ଲଟ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଦେଶବାସୀଙ୍କୁ ଏହି ମହାମାରୀର ମୁକାବିଲା ପାଇଁ କୋଭିଡ ନିୟମକୁ କଡାକଡି ପାଳନ କରିହା ସହ ମାସ୍କ ପିନ୍ଧିବାକୁ ପରାମର୍ଶ ମଧ୍ୟ ଦେଇଥିଲେ । ଏତତ୍ ବ୍ୟତୀତ ପ୍ରତ୍ୟେକ ହସ୍ପିଟାଲରେ ଅକ୍ସିଜେନ ସିଲିଣ୍ଡର ରଖିବାକୁ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।