ବିଦ୍ୟାଳୟରେ ପ୍ରତି ମିଲ୍ ପିଛା ୧ ଟଙ୍କା କରାଯିବ ବୃଦ୍ଧି

ରାଜ୍ୟରେ ବଢ଼ୁଥିବା ଦର ଦାମର ପ୍ରଭାବ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଉପରେ ପଡ଼ିଛି । ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ଉପରେ ମହଙ୍ଗା ମାଡ଼ ହେବା ପରେ ମଧ୍ୟାହ୍ନ ଭୋଜନ ସହାୟତା ରାଶି ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ପ୍ରତି ମିଲ୍ ପିଛା ୧ ଟଙ୍କା ବୃଦ୍ଧି କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ମୁତାବକ, ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ମଧ୍ୟାହ୍ନ ଭୋଜନର ଗୋଟାଏ ମିଲ୍ ପିଛା ୧ ଟଙ୍କା ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଉ ଖୁବଶୀଘ୍ର ଏନେଇ ସରକାର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ କହିଛନ୍ତି । ଦୀର୍ଘ ଦିନ ଧରି ମିଡ୍ ମେ ମିଲ୍ ସହାୟତା ରାଶି ବୃଦ୍ଧି କରିବାକୁ ଦାବି ହେଇ ଆସୁଥିଲା । ମିଡ୍ ଡେ ମିଲରେ କମ ପଇସା ମିଳୁଥିବାରୁ ପିଲାଙ୍କୁ ସଠିକଭାବେ ଖାଦ୍ୟ ଦିଆଯାଉ ନ ଥିବା ଅଭିଯୋଗ ହୋଇ ଆସୁଥିଲା । ଏହାକୁ ନେଇ ଅନେକ ସମୟରେ ଅସନ୍ତୋଷ ପ୍ରକାଶ ପାଉଥିଲା ।

Related Articles

Back to top button