
ବାହାନଗା ଦୁର୍ଘଟଣାରେ ଚିକିତ୍ସାଧୀନ ଜଣେ ଆହତଙ୍କ ମୃତ୍ୟୁ
ସୂଚନା ଅନୁଯାୟୀ, ବାଲେଶ୍ୱର ବାହାନଗାରେ ଘଟିଥିବା ବିରାଟ ରେଳ ଦୁର୍ଘଟଣାରେ ବିହାରର ବିଜୟ ପାଶୱାନଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ସେ ଗୁରୁତର ଆହତ ହୋଇଥିଲେ । ତେଣୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେ ଦୀର୍ଘ ୧୨ ଦିନ ଧରି ଏସସିବିର ଆଇସିୟୁରେ ଚିକିତ୍ସାଧୀନ ଥିଲେ । ଏସସିବିରେ ଚିକିତ୍ସାଧୀନ ଥିବା ଆହତଙ୍କ ମଧ୍ୟରେ ସେ ପ୍ରଥମ ମୃତ ଅଟନ୍ତି ।
ମୃତକ ବିହାରର ବିଜୟ ପାଶୱାନ୍ ଏସସିବିରେ ଭର୍ତ୍ତି ପରେ ଆଇସିୟୁରେ ଚିକିତ୍ସାଧୀନ ଥିଲେ । ଆଜି ତାଙ୍କର ହୃଦଘାତ ଘଟିବା ଫଳରେ ମୃତ୍ୟୁ ହୋଇଛି । ବାହାନଗା ରେଳ ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଥିଲା । ତେବେ ୨୮୮ ମୃତ ସଂଖ୍ୟା ଏବେ ବଢି ୨୮୯ ହୋଇଛି ।