
ଦଲାଲଙ୍କୁ ସାବାଡ଼ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲର ନୂଆ ନିୟମ
ବିନା ପ୍ରେସ୍କ୍ରିପ୍ସନ୍ ଯାଞ୍ଚ୍ରେ ହୋଇପାରିବନି ଏମଆରଆଇ କିମ୍ବା ସିଟି ସ୍କାନ୍। ଏନେଇ କ୍ୟାପିଟାଲ ହସ୍ପିଟାଲର ଉପ ନିର୍ଦେଶକ ଧନଞ୍ଜୟ ଦାସ ସୂଚନା ଦେଇଛନ୍ତି।ସେ କହିଛନ୍ତି, ଏଣିକି ବିନା ପ୍ରେସକ୍ରିପ୍ସନ୍ ଯାଞ୍ଚରେ ରୋଗୀ କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟ କରାଇ ପାରିବେ ନାହିଁ।ମାଗଣାରେ ଟେଷ୍ଟ କରିବା ପାଇଁ ରୋଗୀ ନକଲି ପ୍ରେସକ୍ରିପ୍ସନ୍ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । କିଛି ଦଲାଲ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କଠୁ ଟଙ୍କା ନେଇ ଆବଶ୍ୟକ ନଥିଲେ ବି ପ୍ରାଇଭେଟ ଡାକ୍ତରଙ୍କ ପ୍ରେସକ୍ରିପସନ ରେ କ୍ୟାପିଟାଲ ହସ୍ପିଟାଲ ଆସି ଏଠି ଟଙ୍କା ଦେଇ ଏମଆରଆଇ କିମ୍ବା ସିଟି ସ୍କାନ୍ କରାଇ ଦେଉଥିଲେ। ଦଲାଲଙ୍କୁ ସାବାଡ଼ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲ ଏହି ନୂଆ ନିୟମ କରିଛି।