ଆସନ୍ତା ୧୭ ରୁ ୧୮ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ରହିଛି ସମ୍ଭାବନା

ଆଜି ରାଜ୍ୟର ଅନେକ ସ୍ଥାନରେ ପାଗ ଶୁଖିଲା ରହିଛି । ଗଭୀର ଅବପାତ ଦୁର୍ବଳ ହୋଇ ୱେଲମାର୍କ ଲୋପ୍ରେସରରେ ପରିଣତ ହୋଇଛି ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ବର୍ତ୍ତମାନ ଏହା ମଧ୍ୟପ୍ରଦେଶ ମୁହାଁ ହେଉଛି । ଅନ୍ୟପଟେ ଆଜି ଓଡ଼ିଶାର ଅଧିକାଂସ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେଉଥିବା ବେଳେ ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ କମିବା ନେଇ ସୂଚନା ରହିଛି ।ହେଲେ ଆସନ୍ତା ୧୭ ରୁ ୧୮ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ସୂଚନା ରହିଛି । ଅନ୍ୟପଟେ ଗତ କିଛି ଦିନ ହେବ ରାଜ୍ୟରେ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଓ କୋରାଟ ଜିଲ୍ଲା ବିଶେଷ କ୍ଷୟକ୍ଷତି ହୋଇଛି ।

 

 

Related Articles

Back to top button