ପୁଣି ରାଗିଂ ଅଭିଯୋଗ ଆଣିଲେ ବିଜେବି କଲେଜ ଛାତ୍ର

 ଆମ୍ବେଦକର ଛାତ୍ରାବାସରେ ଜଣେ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଜଣେ ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ରଙ୍କୁ ରାଗିଂ ହୋଇଛି । ସୁପର ସିନିୟର ଛାତ୍ର ମାଡ ମାରିଥିବା ସେ ଅଭିଯୋଗ କରୁଛନ୍ତି ।  ପୂର୍ବରୁ ରାଗିଂ ନେଇ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିଲେ । ଏହାପରେ ଅନେକ ରାଗିଂର ଅଭିଯୋଗ ସାମ୍ନାକୁ ଆସିଥିଲା ।

ଆଉ ପୁଣି ଥରେ ଜଣେ ଛାତ୍ର ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ।  ସିନିୟର ଛାତ୍ର ମାନେ ତାଙ୍କୁ ମାଡ଼ମାରିଥିବାର ସେ ଆଣିଛନ୍ତି ଅଭିଯୋଗ । ପୂର୍ବରୁ ରାଗିଂ ନେଇ ବହୁ ଘଟଣା ଘଟିଛି । ଏବେ କିଛି ଦିନ ତଳେ ଛାତ୍ରୀ ରୁଚିକା ରାଗିଂ ଘଟଣା ଥମି ନଥିବା ବେଳେ ପୁଣି ଏକ ରାଗିଂ ଅଭିଯୋଗ ଆଣିଲେଣି ଛାତ୍ର ।

ଯାହାକୁ ନେଇ ବଢିଛି ଚିନ୍ତା। ସେପଟେ ରାଗିଂର ଶିକାର ହୋଇ ଆତ୍ମହତ୍ୟା କରିଥିବା ରୁଚିକାଙ୍କ ମାଆ ନ୍ୟାୟ ପାଇଁ କିଛି ଦିନ ହେଲା ରାସ୍ତାକଡରେ ପଡିରହିଛନ୍ତି। ମୋ ଝିଅକୁ ନ୍ୟାୟ ଦରକାର କହି ଆନ୍ଦେଳନରେ ବି ସାମିଲ ହୋଇଛନ୍ତି। ହେଲେ ଏପର୍ଯ୍ୟନ୍ତ ଘଟଣାରେ ଏପର୍ଯ୍ୟନ୍ତ ରୁଚିକାଙ୍କୁ ନ୍ୟାୟ ମିଳିନି।

Related Articles

Back to top button