
ଫ୍ୟାମିଲି କୋର୍ଟରେ ହଜାର ହେଲେ ଅନୁଭବ-ବର୍ଷା
କଟକ: ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ମାମଲା ତୁଟିବାର ନାଁ ନେଉନାହିଁ। ଗୁରୁବାର ଏହି ମାମଲାରେ ଅନୁଭବ-ବର୍ଷା ହାଜର ହୋଇଛନ୍ତି। ତେବେ ମାମଲାରେ ଚତୁର୍ଥ ଥର ପାଇଁ ଆଜି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ହେଲେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିଛି। ପରବର୍ତ୍ତୀ ତାରିଖରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଜାରି ରହିବ ବୋଲି ଜଣାପଡିଛି। ପୂର୍ବରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇସାରିଛି। ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହେବା ପରେ ଉଭୟଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯିବ।