
ପାରିବାରିକ ମାମଲାରେ ଆଜି ଜେରା ହେଲେ ଅନୁଭବ
ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା ଥମିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ମଙ୍ଗଳବାର ଅର୍ଥାତ ଆଜି ଅନୁଭବଙ୍କୁ ଜେରା କରାଯାଇଛି। ଅଗଷ୍ଟ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୁରୀଘାଟ ଥାନାରେ ଅଭିଯୋଗ ହୋଇଥିଲା । ନିକଟରେ ଅନୁଭବ-ବର୍ଷା ଛାଡପତ୍ର ପାଇଁ କୋର୍ଟ ଅନୁମତି ଦେଇଥିଲେ ।ଦୀର୍ଘ ଦିନ ଧରି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ଲାଗି ରହିଥିଲା ।ତେବେ ନିକଟରେ ଅନୁଭବ-ବର୍ଷା ଛାଡପତ୍ର ପାଇଁ କୋର୍ଟ ଅନୁମତି ଦେଇଥିଲେ । ହେଲେ ଏହାପରେ ବି ବର୍ଷାଙ୍କ ଅଭିଯୋଗ କ୍ରମେ ଏହି ବିବାଦ ଏବେ ବି ଲାଗି ରହିଛି ।