ଆଜିଠାରୁ +୩ ନାମଲେଖା ପାଇଁ ଆବେଦନ ଆରମ୍ଭ
ଭୁବନେଶ୍ବର : ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ +୩ ବା ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ସୋମବାରରୁ ଆବେଦନ ଆରମ୍ଭ। ସୋମବାର ଅପରାହ୍ଣ ୨ଟାରୁ ସାମ୍ସ ୱେବସାଇଟରେ ଅନଲାଇନ୍ କମନ୍ ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ। ଜୁଲାଇ ୪ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ୟ୍ୟନ୍ତ ଛାତ୍ରଛାତ୍ରୀ ଏଥିରେ ନାମଲେଖା ପାଇଁ ଆବେଦନ କରି ପାରିବେ। ଜୁଲାଇ ୧୪ ଅପରାହ୍ଣ ୨ଟାରେ ପ୍ରଥମ ରାଉଣ୍ଡ ସିଟ୍ ଆବଣ୍ଟନ ପ୍ରକାଶ ପାଇବ। ସେହିପରି ଜୁଲାଇ ୧୪ରୁ ୧୮ ତାରିଖ ପର୍ୟ୍ୟନ୍ତ ମନୋନୀତ ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲ ମାଧ୍ୟମରେ ସ୍ଲାଇଡ୍ ସିଲେକ୍ସନ/ ଫ୍ରିଜ୍/ ଅପ୍ସନ୍ ଫ୍ଲୋଟ୍ ଏବଂ ନାମଲେଖା ପାଇଁ ଅନ୍ଲାଇନ୍ ପେମେଣ୍ଟ କରିପାରିବେ। ଜୁଲାଇ ୧୪ ତାରିଖ ସନ୍ଧ୍ୟା ୭ଟାରୁ ଜୁଲାଇ ୧୮ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଏହି କାର୍ୟ୍ୟ ଶେଷ ହେବ। ପ୍ରଥମ ରାଉଣ୍ଡ ମନୋନୟନ ପ୍ରକ୍ରିୟାରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଜୁଲାଇ ୧୫ରୁ ୧୯ ତାରିଖ ମଧ୍ୟରେ ସେମାନଙ୍କୁ ମିଳିଥିବା ଶିକ୍ଷାନୁଷ୍ଠାନରେ ଉପସ୍ଥିତ ରହି ନାମ ଲେଖାଇବେ। କେବଳ ଜୁଲାଇ ୧୬ ତାରିଖ ରବିବାର ପାଇଁ ଛୁଟି ରହିବ। ଅନ୍ୟ ଦିନଗୁଡ଼ିକରେ ଛାତ୍ରଛାତ୍ରୀ ସକାଳ ୯ଟାରୁ ଅପରାହ୍ଣ ୫ଟା ମଧ୍ୟରେ ଉପସ୍ଥିତ ରହି ନାମ ଲେଖାଇପାରିବେ।