ମେ ୨୯ରୁ +୨ ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର : ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ। ନାମଲେଖା ପାଇଁ ସାମ୍ସ ପୋର୍ଟାଲ ଖୋଲିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଚଳିତ ବର୍ଷ ମୋଟ ୫ ଲକ୍ଷ ୧୬ ହଜାର ୪୩୫ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୮୬ ଜଣଙ୍କୁ ଏମ୍‌ପି କରାଯାଇଥିବା ବେଳେ ୫ ଲକ୍ଷ ୮ ହଜାର ୪୦୪ ଜଣ ପାସ୍ କରିଛନ୍ତି।

ରାଜ୍ୟରେ ଚଳିତ ବର୍ଷ ରେକର୍ଡ ସଂଖକ ପିଲା ପାସ୍ କରିଥିବାରୁ ଅନେକ ଜିଲ୍ଲାରେ ସିଟ୍ ଅଭାବ ନେଇ ସରକାର ଚିନ୍ତାରେ ପଡିଛନ୍ତି। ଆବଶ୍ୟକ ପଡିଲେ କିଛି ଜିଲ୍ଲାରେ ସିଟ୍ ସଂଖ୍ୟା ବଢାଯାଇପାରେ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ପିଲା ମାନଙ୍କୁ +୨ ବଦଳରେ ଧନ୍ଦାମୂଳକ ଶିକ୍ଷାପ୍ରତି ଆକର୍ଷଣ ପାଇଁ ପ୍ରୟାସ କରିଛନ୍ତି ରାଜ୍ୟ ସରକାର।

ତେବେ ରାଜ୍ୟରେ ଚଳିତବର୍ଷ ଠାରୁ ଅନଲାଇନରେ ସ୍ପଟ୍ ଆଡମିଶନ୍ ହେବ ବୋଲି ସୂଚନା ମିଳିଛି। ଯୁକ୍ତ ଦୁଇ, ଆଇଟିଆଇ ଏବଂ ଡିପ୍ଲୋମାରେ ଅନଲାଇନ ମାଧ୍ୟମରେ ସ୍ପଟ ଆଡମିଶନ୍ ହେବ।ମେରିଟ୍ ଲିଷ୍ଟ ହିସାବରେ ଛାତ୍ରଛାତ୍ରୀ ସିଟ୍ ପାଇବେ ଏବଂ ସ୍ପଟ୍ ଆଡମିଶନ ପାଇଁ ସିଲେକ୍ସନ୍ ହେଲେ SMS କରାଯିବ। ସ୍ପଟ୍ ଆଡମିଶନରେ କାଗଜପତ୍ରରେ ଦୁର୍ନୀତି ରୋକିବାକୁ ସାମ୍‌ସ ପକ୍ଷରୁ ଏହି ବ୍ୟବସ୍ଥା କରାଯିବ।

Related Articles

Back to top button