ଇଡିକୁ ହାଜିରା ପୂର୍ବରୁ ଅର୍ଚ୍ଚନାଙ୍କ ବିସ୍ଫୋରକ ବୟାନ: ‘ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ’

ଭୁବନେଶ୍ୱର: ଇଡି ସାମ୍ନାରେ ସବୁ ସତ ଖୋଲି ପାରନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ବଡବଡିଆଙ୍କ ମୁଖା ଖୋଲି ଦେଇ ପାରନ୍ତି । ଆଜି ଗଣମାଧ୍ୟମ ସାମ୍ନାରେ ଏମିତି କିଛି ସୂଚନା ଦେଇ ଯାଇଛନ୍ତି ଅର୍ଚ୍ଚନା । ଆଜି ଇଡି ସାମ୍ନାକୁ ଯିବା ପୂର୍ବରୁ ଅର୍ଚ୍ଚନାଙ୍କୁ ଡାକ୍ତର ଚେକଅପ ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଗଣମାଧ୍ୟମ ସାମ୍ନାରେ ଯେଉଁ ବୟାନ ଦେଇଛନ୍ତି ସେଥିରୁ ସ୍ପଷ୍ଟ ହୋଇଛି ସବୁ ସତ ଓଗାଳିବା ପାଇଁ ମାନସିକ ଭାବେ  ଅର୍ଚ୍ଚନା ପ୍ରସ୍ତୁତ ଅଛନ୍ତି ।

କ୍ୟାପିଟାଲ ହସ୍ପିଟାଲରେ ଗଣମାଧ୍ୟମ ଆଗରେ ସେ ବିସ୍ଫୋରକ ବୟାନ ଦେଇ ଅର୍ଚ୍ଚନା କହିଲେ ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ । ମୋତେ  ସମୟ ଦରକାର । ସେ ଏଥିପାଇଁ ୩୦ ମିନିଟ୍ ସମୟ ମାଗିଥିଲେ । ସେ ଅଭିଯୋଗ ବି କରିଥିଲେ ମୋତେ ଫସାଇ ଦେଇଛନ୍ତି । ମୋର ମୁହଁ ବନ୍ଦ କରି ଗିରଫ କଲେ । ମୁଁ କ’ଣ ଆତଙ୍କବାଦୀ କି  ବୋଲି ସେ ପ୍ରଶ୍ନ କରିବା ସହ  ସମୟ ଆସିଲେ ସବୁ ତଥ୍ୟ ପ୍ରମାଣ ସହ ସବୁ ଦେବେ ବୋଲି କହିଲେ  । ବିନା ତଥ୍ୟ ପ୍ରମାଣରେ ତାଙ୍କୁ କଳଙ୍କିତ କରାଯାଉଛି ବୋଲି ସେ କହିବା ସହ  କାହାକୁ ଛାଡ଼ିବେନି ବୋଲି ଅର୍ଚ୍ଚନା ନାଗ ଚେତାବନୀ ଦେଇଛନ୍ତି।

ବାରମ୍ବାର ଧମକ ଦେଇ ଅର୍ଚ୍ଚନା କହୁଥିଲେ, ସବୁ ତଥ୍ୟ ଖୋଲିବ । ମୁଁ ସବୁ କହବି ।  କାହାକୁ ଛାଡ଼ିବିନି ବୋଲି ଚେତାବନୀ ଦେଲେ ଅର୍ଚ୍ଚନା ନାଗ।  ସେ  ଶ୍ରଦ୍ଧାଞ୍ଜଳିର କଲ୍ ଡିଟେଲ୍ସ ରେକର୍ଡ ଯାଞ୍ଚ କରାଯାଉ।

ନିଜ ପୁଅର ନାଁ ନେଇ ଇମୋଶନାଲ କଥା କହିଥିଲେ । ସେ କହିଥିଲେ, ମୋତେ ଏମିତି ମିଛରେ ଫସାଯାଇଛି ।  ମୋ ୫ ବର୍ଷର ଛୁଆର ଲୁହ ପଡ଼ିବ। ମୁଁ ସମୟକୁ ଅପେକ୍ଷା କରିଛି, ଇଡି ତଦନ୍ତ କରୁ।  ସେ ଇଡିକୁ ଅପେକ୍ଷା କରିଥିଲେ ଏବଂ  ମୁହଁ ଖୋଲିବା  ସୁଯୋଗକୁ ଅପେକ୍ଷା କରିଥିବା କହିଥିଲେ  ।

Related Articles

Back to top button