ଶ୍ରଦ୍ଧାଞ୍ଜଳିର ବ୍ୟାଙ୍କ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଜମା ହୋଇଛି, ଇଡି କରୁଛି ତଦନ୍ତ
ଭୁବନେଶ୍ୱର: ଇଡି ଖୋଳୁଛି ଅର୍ଚ୍ଚନା ଗୁମର । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ସତ । ମାରାଥନ୍ ଜେରା ପରେ ଇଡି ଶ୍ରଦ୍ଧାଞ୍ଜଳିଙ୍କ ମୁହଁରୁ ଅନେକ ସତ ବାହାର କରିଛି । ଶ୍ରଦ୍ଧାଞ୍ଜଳିର ବ୍ୟାଙ୍କ ଆକାଉଣ୍ଟ ଖୋଳତାଡ଼ ପରେ ୧୦ ଲକ୍ଷ ଟଙ୍କା ଜମା ହୋଇଥିବା ଜଣା ପଡ଼ିଛି । ତେବେ ଏତେ ଟଙ୍କା କିଏ ଓ କାହିଁକି ଶ୍ରଦ୍ଧାଞ୍ଜଳିଙ୍କ ଆକାଉଣ୍ଟରେ ଜମା କଲା ? ତାକୁ ନେଇ ଇଡି ଖୋଳତାଡ଼ ଆରମ୍ଭ କରିଛି ।
ପ୍ରାୟ ବର୍ଷକ ମଧ୍ୟରେ ଶ୍ରଦ୍ଧାଞ୍ଜଳିଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଜମା କରାଯାଇଛି । ଅର୍ଚ୍ଚନାଙ୍କ ସହ ବ୍ଲାକମେଲ୍ କାରବାରରେ ସାମିଲ୍ ସମୟରେ ଶ୍ରଦ୍ଧାଞ୍ଜଳିଙ୍କ ଆକାଉଣ୍ଟକୁ ଏହି ଟଙ୍କା ଆସିଛି କି ? କିଏ ଡିପୋଜିଟ୍ କରିଛି ଏତେ ଟଙ୍କା ? କାହାକୁ କାହାକୁ ଟଙ୍କା ପାଇଁ ଅର୍ଚ୍ଚନା ନାଗଙ୍କ ସହ ମିଶି ବ୍ଲାକମେଲ୍ କରିଛନ୍ତି ଶ୍ରଦ୍ଧାଞ୍ଜଳି ?
ଅନ୍ୟପଟେ ଭୁବନେଶ୍ୱର ଇଡିକୁ ଦିଲ୍ଲୀରୁ ତଥ୍ୟ ମଗା ଯାଇଛି । ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ କେତେ ବାଟ ଆଗେଇଛି । ତଦନ୍ତରେ କେଉଁ କେଉଁ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ମିଳିଛି । ଏସବୁ ବିଷୟରେ ଜଣାଇବା ଲାଗି ଦିଲ୍ଲୀ ଇଡି ପକ୍ଷରୁ କୁହାଯାଇଛି ।