ଜାନୁଆରି ୩୧ ତାରିଖରେ ଇଣ୍ଟିଗ୍ରେଟେଡ୍ ଲ’ ପରୀକ୍ଷା ଦେବେ ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗ

ଭୁବନେଶ୍ବର: ଆଗାମୀ ଜାନୁଆରି ୩୧ ତାରିଖରେ ଆଇନ୍‌ ପରୀକ୍ଷା ଦେବେ ଲେଡି ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗ।  ବହୁ ଚର୍ଚ୍ଚିତ ହନି ଟ୍ରାପ ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଇଣ୍ଟିଗ୍ରେଟେଡ୍ ଲ ପରୀକ୍ଷା ଦେବେ। କ୍ୟାପିଟାଲ ଲ’ କଲେଜ ପକ୍ଷରୁ ପରୀକ୍ଷା ତାରିଖ ଧାର୍ଯ୍ୟ କରାଯାଇଛି।

ଜାନୁଆରି ୩୧ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ଫେବ୍ରୁଆରି ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ୍ ୬୩ ଜଣ ପରୀକ୍ଷାର୍ଥୀ ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ। ଏଥିରେ ଅର୍ଚ୍ଚନା ନାଗଙ୍କ ନାଁ ମଧ୍ୟ ରହିଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅର୍ଚ୍ଚନା ନାଗ ଲ’ ପରୀକ୍ଷା ଦେବେ।

ତେବେ ଜେଲରେ ନା କେଉଁଠି ପରୀକ୍ଷା ଦେବେ ତାହା ଜଣାପଡ଼ିନାହିଁ। କୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ଥାନ ନିର୍ଦ୍ଧାରଣ କରାଯିବ ବୋଲି ଜଣାପଡ଼ିଛି । କିଛି ଦିନ ତଳେ ଫର୍ମ ପୂରଣ ପାଇଁ ଅନୁମତି ମାଗିଥିଲେ । ଫର୍ମ ପୂରଣ ପାଇଁ କୋର୍ଟ ଅନୁମତି ଦେଇଥିଲେ । କୋର୍ଟଙ୍କ ଅନୁମତି ପରେ ଅର୍ଚ୍ଚନାଙ୍କ ଓକିଲ ଫର୍ମପୂରଣ କରିଥିଲେ । ପରୀକ୍ଷା ଦେବାକୁ କୋର୍ଟରେ ଗତ ବୁଧବାର ଅନୁମତି ପାଇଁ ଅର୍ଚ୍ଚନାଙ୍କ ଓକିଲ ଆବେଦନ କରିଥିଲେ ।

ଅର୍ଚ୍ଚନା ନାଗ ହେଉଛନ୍ତି କ୍ୟାପିଟାଲ ଲ’ କଲେଜର ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ ଲ’ ଛାତ୍ରୀ। ତାଙ୍କର ଏବେ ୪ ର୍ଥ ବର୍ଷ ଚାଲିଛି। ଆଗାମୀ ୭ମ ସେମିଷ୍ଟର ପରୀକ୍ଷା ଦେବାରେ ଥିଲା। କିନ୍ତୁ ସେ ଜେଲରେ ଥିବା କାରଣରୁ ପରୀକ୍ଷା ଦେବାରେ ସମସ୍ୟା ହେଉଥିଲା। ତେଣୁ ପରୀକ୍ଷା ଦେବା ପାଇଁ ଫର୍ମ ଫିଲ ଅପ୍ କରିବାକୁ କୋର୍ଟଙ୍କ ଅନୁମତି ଲୋଡା ଯାଇଥିଲା। ଭୁବନେଶ୍ବର ଜେଏମ୍‌ଏଫ୍‌ସି-୫ କୋର୍ଟ ଏହି ଅନୁମତି ପ୍ରଦାନ କରିଥିଲେ।

Related Articles

Back to top button