୧୮ ହଜାର ଲାଞ୍ଚ ନେବା ସମୟରେ ଅବକାରୀ ଇନ୍ସପେକ୍ଟରଙ୍କୁ ଗିରଫ କଲା ଭିଜିଲାନ୍ସ

ପୁରୀ: ପୁରୀ ଜିଲ୍ଲାର ଅବକାରୀ ଇନ୍ସପେକ୍ଟର ସଞ୍ଜୟକୁମାର ପଣ୍ଡାଙ୍କୁ ଭିଜିଲାନ୍ସ ଗିରଫ କରିଛି । ସେ ଏକ କେସ୍ ଡାଏରୀ ଦାଖଲ ପାଇଁ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ତେବେ ସଞ୍ଜୟ ପୁରୀ ଜିଲ୍ଲାର ବହୁ ଚର୍ଚ୍ଚିତ ଅବକାରୀ ଇନ୍ସପେକ୍ଟର ଥିଲେ । କାରଣ ମାଫିଆଙ୍କୁ ମାସିକିଆ ଟଙ୍କା ସଂଗ୍ରହ ହେଉଥିବା ସେ ଅଭିଯୋଗ ଆଣିଥିଲେ । ଏତତ୍ ବ୍ୟତୀତ ଅବକାରୀ କମିସନରଙ୍କୁ ମଧ୍ୟ ଏନେଇ ଚିଠି ଲେଖିଥିଲେ ସଞ୍ଜୟ । କିନ୍ତୁ ସେ ଆଜି ଏକ କେସ୍ ଡାଏରୀ ଦାଖଲ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

Related Articles

Back to top button