କୃତ୍ରିମ ବୁଦ୍ଧିମତାର ସହରୀ କ୍ଷେତ୍ର ଭୁବନେଶ୍ୱର, କଟକ ଓ ପୁରୀରେ ପ୍ରସ୍ତୁତ କରାଯିବ: ସୂଚନା ଦେଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ଇଲେକ୍‍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ୨୦୨୩-୨୪ ଆର୍ଥିକ ବଜେଟରେ ବିଭାଗର ବିଭିନ୍ନ ପ୍ରସ୍ତାବ ବ୍ୟୟବରାଦ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟ ସରକାର ଇଲେକ୍‍ଟ୍ରୋନିକ୍ସ ନୀତି, ପ୍ରଯୁକ୍ତି ବିଦ୍ୟା ନୀତି ଏବଂ ଡାଟାସେଣ୍ଟର ନୀତିକୁ ଅନୁମୋଦନ ଦେଇଛନ୍ତି । ଏଗୁଡ଼ିକ ଦେଶର ସର୍ବୋତ୍ତମ ଏବଂ ଗୁରୁତ୍ୱପୂର୍ଣ୍ଣ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିପାରିବ । ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ସମୟରେ ସରକାର ପୁଞ୍ଜି ବିନିଯୋଗ ଉଦ୍ଦେଶ୍ୟ ହାସଲ କରିବାରେ ସକ୍ଷମ ହୋଇଛନ୍ତି ।

ଆନ୍ତର୍ଜାତିକ ଆଇଟି କମ୍ପାନୀ ସହଭାଗିତାରେ ଓଡ଼ିଶାର ପ୍ରତ୍ୟେକ ଯୋଗ୍ୟ ଏବଂ ଆଗ୍ରହୀ ବ୍ୟକ୍ତିବିଶେଷଙ୍କୁ ପ୍ରଶିକ୍ଷିତ କରିବା ସହ କୃତ୍ରିମ ବୁଦ୍ଧିମତାର ଏକ ସହରୀ କ୍ଷେତ୍ର ପ୍ରସ୍ତୁତ କରାଯିବ । ଶ୍ରୀ ବେହେରା କହିଛନ୍ତି, ଏହା ପ୍ରଥମ ପର୍ଯ୍ୟାୟରେ ପୁରୀ, ଭୁବନେଶ୍ୱର ଓ କଟକ ଅଞ୍ଚଳରେ ପ୍ରବର୍ତ୍ତନ କରାଯିବ । ଏଥିପାଇଁ ଅଧିକାରୀମାନଙ୍କୁ ତାଲିମ ଦିଆଯିବ । ରାଜ୍ୟର ୧୩୩ଟି ବ୍ଲକରେ ମୌଳିକ ଭିତ୍ତିଭୂମି ମାଧ୍ୟମରେ ଇଣ୍ଟରନେଟ୍‍ ଲିଜ୍‍ ଲାଇନ୍‍ର ଉପଲବ୍ଧତା ପାଇଁ ରାଜ୍ୟ ସରକାର ୨୬ କୋଟି ୬ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏହାଦ୍ୱାରା ନାଗରିକମାନଙ୍କ ଡିଜିଟାଲରେ ପ୍ରବେଶ କରିବା ସହଜ ହୋଇପାରିବ । ସେହିଭଳି ଗ୍ରାମ ପଞ୍ଚାୟତ ସ୍ତରରେ ଥିବା ସରକାରୀ ଅନୁଷ୍ଠାନ ଗୁଡ଼ିକରୁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାକୁ ସୁଯୋଗ କରିବା ପାଇଁ ସମସ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ଜିବିପିଏସ୍‍ ଉଚ୍ଚ ବ୍ୟାଙ୍କୱିଡ୍‍ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

Related Articles

Back to top button