ଶ୍ରୀମନ୍ଦିର ରୀତିନୀତି ଅନୁସାରେ ଆଜିଠାରୁ ପୁରୀରେ ପ୍ରସିଦ୍ଧ ସାହି ଯାତ ଆରମ୍ଭ

ରାମ ନବମୀକୁ ନେଇ ଉତ୍ସବମୁଖର ପୁରୀ ସହର। ଶ୍ରୀମନ୍ଦିର ରୀତିନୀତି ଅନୁସାରେ ଆଜିଠାରୁ ପୁରୀରେ ପ୍ରସିଦ୍ଧ ସାହି ଯାତ ଆରମ୍ଭ। ପ୍ରତ୍ୟେକଟି ସାହି ଏହି ସାହି ଯାତରେ ଭାଗନେଇ ଥାଏ । ଶ୍ରୀକ୍ଷେତ୍ରର ୮ଟି ସାହି ଓ ୪୨ କନ୍ଦିରେ ବୀରବାଦ୍ୟରେ ହେବ ପ୍ରକମ୍ପିତ। ଆଜିଠୁ ଆରମ୍ଭ ହୋଇ ରାମ ଅଭିଷେକ ନୀତି ପର୍ଯ୍ୟନ୍ତ ନିଆରା ସାହି ଜାତ ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରଭୁ ଶ୍ରୀରାମଙ୍କ ଲୀଳା ଏବଂ କଥାବସ୍ତୁ କଳାକାରମାନେ ବିଭିନ୍ନ ଜାଗା ଆଖଡ଼ା, ସାହି ଓ ବଡ଼ଦାଣ୍ଡରେ ପରିବେଷଣ କରିବେ ।

ଆଜି ପ୍ରଥମ ଦିନରେ କାଳିକା ଦେବୀ ସାହି ପକ୍ଷରୁ ରାମ ଜନ୍ମ ନୀତି ଅନୁଷ୍ଠିତ ହେବ। ବାଦୀ ସାହି ଭାବେ ପରିଚିତ ମାଟିମଣ୍ଡପ ସାହିକୁ ଆଜି ପଟୁଆର ବାହାରିବା ସହ ଶ୍ରୀକ୍ଷେତ୍ରର ନିଆରା ପରମ୍ପରିକ ନୃତ୍ୟ ଓ ରଣ କୌଶଳ ଦେଖିବାକୁ ମିଳିବ।

Related Articles

Back to top button