ଶ୍ରୀମନ୍ଦିର ନାଟମଣ୍ଡପର ଯାଞ୍ଚ କଲେ ଏଏସ୍ଆଇ ଉପରିସ୍ଥ ଅଧିକାରୀ ଓ ବିଶେଷଜ୍ଞ ଟିମ୍

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପର ମରାମତି ଦିଗରେ ତତ୍ପରତା । ଆଜି ଶ୍ରୀମନ୍ଦିର ନାଟ ମଣ୍ଡପ ଯାଞ୍ଚ କରିଛନ୍ତି ଏଏସ୍ଆଇ ଉପରିସ୍ଥ ଅଧିକାରୀ ଓ ବିଶେଷଜ୍ଞ ଟିମ୍ । କ୍ରାକ୍‌ ମିଟର ମନିଟରିଂ ମଧ୍ୟ କରାଯାଇଛି । ରିଡିଙ୍ଗ ଅନୁଯାୟୀ ନାଟମଣ୍ଡପର ସ୍ଥିତି ସେତେଟା ଖରାପ ନାହିଁ ବୋଲି ଜଣାପଡିଛି । ଏହି ଯାଞ୍ଚ ସମୟରେ ଆଇଆଇଟି ଚେନ୍ନାଇ ବିଶେଷଜ୍ଞ ଅରୁଣ ମେନନ ,ଏ ଏସ ଆଇ ଅତିରିକ୍ତ ଡିଜି ଜାହ୍ନବୀ ଶର୍ମା , ଏ ଏସ ଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ,ଏ ଏସ ଆଇ ଡ଼ାଇରେକ୍ଟର ଅଫ କଞ୍ଜରଭେସନ, ଆମିକସ କ୍ୟୁରି ଏନ କେ ମହାନ୍ତି ଏବଂ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ଉପସ୍ଥିତ ରହିଥିଲେ ।

ନାଟ ମଣ୍ଡପ ଓ ଜଗମୋହନର ସଂଯୋଗ ସ୍ଥଳ ଉପରକୁ ଯାଇ ପରୀକ୍ଷା ନିରୀକ୍ଷା କରିଛି ଟିମ୍ । ପରେ ଏନେଇ ଏକ ଆଲୋଚନା ବୈଠକ ହୋଇଥିଲା। ଯେଉଁଠି ଏଏସ୍‌ଆଇ ଓ ଟେକ୍‌ନିକାଲ କମିଟି ସଦସ୍ୟମାନେ ସେମାନଙ୍କ ମତ ଦେଇଥିଲେ । ତେବେ ମତ ଅନୁଯାୟୀ  ଉପରେ ଏଏସ୍‌ଆଇ ଓ କୋର କମିଟି ଶେଷ ନିଷ୍ପତ୍ତି ନେଇ କାମ ଆରମ୍ଭ କରିବ।ପୂର୍ବରୁ ସେପ୍ଟେମ୍ବର ୧୭ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆସି ଆମିକସକ୍ୟୁରି ଏନ୍.କେ. ମହାନ୍ତି ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କରିଥିଲେ ।

Related Articles

Back to top button