ରତ୍ନଭଣ୍ଡାର ମରାମତି ପରେ ହେବ ଗଣତି ମଣତି

ମଙ୍ଗଳବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ। ରଥଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିରରେ ନଥିବା ସମୟରେ ତଦାରଖ କମିଟି ଭିତର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାରକୁ ସ୍ଥାନାନ୍ତରିତ କରାଯାଇଥିବାରୁ ଜଷ୍ଟିସ ରଥ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆର୍ଶୀବାଦ ନେବାକୁ ଯାଇଥିଲେ ବୋଲି ପ୍ରତିକ୍ରିୟା ରଖିଛନ୍ତି। ଏଥିସହ ରତ୍ନଭଣ୍ଡାର ଗଣତି, ମଣତି ନେଇ ଜଷ୍ଟିସ ବିଶ୍ବନାଥ ରଥ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଗଣତି, ମଣତି ନେଇ ଏସଓପି ସାରିଛି । ASI ମରାମତି କରି ସାର୍ଟିଫିକେଟ୍‌ ଦେଲେ ଗଣତି, ମଣତି ଆରମ୍ଭ ହେବ । ଓଡିଶାବାସୀ ଧର୍ଯ୍ୟ ଧରନ୍ତୁ ବୋଲି ସେ କହିଛନ୍ତି କାରଣ ରତ୍ନଭଣ୍ଡାର କୌଣସି ସାଧାରଣ ଭଣ୍ଡାର ନୁହେଁ ଏହାକୁ ବହୁତ ମଜଭୁତ ଭାବେ ମରାମତି କରିବା ଆବଶ୍ୟକ ତେଣୁ ମରାମତି ଏମିତି ହେବା ଦରକାର ଯାହା ୧୦୦ ବର୍ଷ ପାଇଁ ଆବଶ୍ୟକ ପଡ଼ିବନି । ଠାରେ ସେମାନେ ନିର୍ମାଣ ପାଇଁ ସାର୍ଟିଫିକେଟ ଦେଲେ ଆମେ ଖୁବ ଶୀଘ୍ର ଗଣତି ଆରମ୍ଭ କରିଦେବୁ । SOP କନଫିଡେନ୍ସିଆଲ ରହିଛି । ଏହା ସର୍ବସମ୍ମୁଖରେ ପ୍ରକାଶ କରାଯାଇ ପାରିବ ନାହିଁ। SOPରେ କିଛି ଆବଶ୍ୟକ ରହିଲେ ଆମେ ସରକାରଙ୍କୁ ଅନୁରୋଧ କରିବୁ। ଆଶା ରଖୁଛି ସରକାର ଆମ କଥା ଶୁଣିବେ। ଠାକୁରଙ୍କର ଯେତିକି ସମ୍ପତ୍ତି ଅଛି ତାହା ସୁରକ୍ଷିତ ରହିବା ଦରକାର ବୋଲି ଶ୍ରୀ ରଥ କହିଛନ୍ତି ।

Related Articles

Back to top button