କୋଣାର୍କରେ ‘ଏସିଆ ସେଣ୍ଟର ଫର୍ କମ୍ୟୁନିଟି ମିଡ଼ିଆ’ର ଶିଳାନ୍ୟାସ

ଭୁବନେଶ୍ୱର: କୋଣାର୍କରେ ନିକଟରେ ‘ଏସିଆ ସେଣ୍ଟର ଫର୍ କମ୍ୟୁନିଟି ମିଡ଼ିଆ’ ଶିଳାନ୍ୟାସ ହୋଇଛି । ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ଶିଳାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମଗ୍ର ଏସିଆ ମହାଦେଶରେ କାର୍ଯ୍ୟରତ ସାମ୍ବାଦିକ ତଥା ଭବିଷ୍ୟତ ଯୁବ ସାମ୍ବାଦିକଙ୍କ ତାଲିମ୍ ଓ ଦକ୍ଷତାକୁ ଏହି ସଂଗଠନ ବୃଦ୍ଧି କରିବାରେ ସହାୟକ ହେବ । ଏଥିପାଇଁ ସରକାରୀ ସ୍ତରରେ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ।

‘ୟଙ୍ଗ ଇଣ୍ଡିଆ’ ନାମକ ଏକ ସାମାଜିକ ସଂଗଠନ ତରଫରୁ ଏହି ସେଣ୍ଟର ପ୍ରତିଷ୍ଠା ହେବାକୁ ଯାଉଛି । ଏସିଆ ସେଣ୍ଟର ଫର କମ୍ୟୁନିଟି ମିଡ଼ିଆ ପକ୍ଷରୁ ବିଭିନ୍ନ ଦେଶମାନଙ୍କର ୟୁନିଭରସିଟିରେ ଅଧ୍ୟୟନ କରୁଥିବା ସାମ୍ବାଦିକ ଛାତ୍ର, ଅଧ୍ୟୟନକାରୀ, କମ୍ୟୁନିଟି ମିଡ଼ିଆ ଅଭ୍ୟାସକାରୀଙ୍କ ପାଇଁ କର୍ମଶାଳାର ଆୟୋଜନ କରାଯିବ । ଏଥିସହିତ ସାମ୍ବଦିକଙ୍କ ପାଇଁ ସ୍ୱଳ୍ପକାଳୀନ କୋର୍ସ, ଟ୍ରେନିଂ ସୁବିଧା ପ୍ରଦାନ କରାଯିବ । କୋଣାର୍କ ଏବେ ବିଶ୍ୱ ଐତିହ୍ୟ ସ୍ଥଳୀ ଭାବେ ପରିଚିତ ଥିବା ବେଳେ ଆଗାମୀ ଦିନରେ ଏହା ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରର ସଂଗଠନ, ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟର, ଗଣମାଧ୍ୟମ ପ୍ରତିନିଧି, ପେଶାଦାର ସାମ୍ବାଦିକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ ବୋଲି ଏହି ସେଣ୍ଟରର ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ଏନ.ଏ. ଶାହା ଅନସାରୀ କହିଛନ୍ତି । ଏଥିସହିତ ଜାତୀୟ ତଥା ଅନ୍ତର୍ଜାତୀୟ ସମ୍ମିଳନୀ ପାଇଁ ଏହି ସେଣ୍ଟରରେ ତାଲିମ ହଲ, ସମ୍ମିଳନୀ କକ୍ଷ, ଆଧୁନିକ ଶ୍ରେଣୀଗୃହ, ଡିଜିଟାଲ ଲାଇବ୍ରେରୀ, କାଫେଟେରିଆ ଆଦିର ସୁବିଧା ରହିବ ।

Related Articles

Back to top button