
ପୁଣି ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାନସଭା ମୁଲତବୀ
ଆଜି ବିଧାନସଭାରେ ମୌସୁମୀ ଅଧିବେଶନ । ଅଧିବେଶସନ ଆରମ୍ଭରୁ ସଭାଗୁହରେ ପୁଣି ହଙ୍ଗାମା ହୋଇଥିଲା । ଏନେଇ ବାଚସ୍ପତି ପ୍ରମିଳା ମଲ୍ଲିକ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ, ଆଜି ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରୁ ପୁଣି ବିରୋଧୀ ଦଳଙ୍କର ହଙ୍ଗାମା ଆରମ୍ଭ ହୋଇଥିଲା । ୫-ଟି ସଚିବଙ୍କ ଗସ୍ତକୁ ନେଇ ବିଧାନ ସଭାରେ ସରକାରଙ୍କ ଉପରେ ବିରୋଧୀଦଳର ନେତା ସିଧାସଳଖ ଆକ୍ରମଣ କରିଲେ । ଏପରିକି ସଭା ଗୃହର ମଧ୍ୟଭାଗକୁ ଆସି ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ ।
ଏଭଳି ପରିସ୍ଥିତି ଦେଖି ବାଚସ୍ପତି ବାଧ୍ୟ ହୋଇ ବିଧାନସଭାକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ବୋଲି ଘୋଷଣା କରିଛନ୍ତି ।