
ଦ୍ୱିତୀୟ ଦିନରେ ବି ଚାଲି ପାରିଲାନି ଗୃହ କାର୍ଯ୍ୟ: ୪ଟା ଯାଏ ମୁଲତବୀ ରଖିଲେ ବାଚସ୍ପତି
ସୋମବାର ଠାରୁ ଆରମ୍ଭ ହୋଇଛି ବିଧାନସଭାର ସପ୍ତଦଶ ଅଧିବେଶନ। ଗତକାଲି ବିଧାନସଭା ଅଧିବେଶନରେ ଦେଖିବାକୁ ମିଳିଥିଲା ହଟ୍ଟଗୋଳ ଆଜି ଦ୍ୱିତୀୟ ଦିନରେ ବି ଗୃହରେ ଦେଖିବାକୁ ମିଳିଛି ସରଗରମ। ଗୃହ କାର୍ଯ୍ୟ ଠାରୁ ଆରମ୍ଭ କରି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ଗୃହ କାର୍ଯ୍ୟରେ ବାଧା ଉପୁଜିବାରୁ ପ୍ରଥମେ ଦିନ ୧୧ଟା ୩୦ ଏବଂ ପରେ ୪ଟା ଯାଏଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ।