ଗୁରୁବାର ସ୍ଵାଭାବିକ ଭାବେ ଆରମ୍ଭ ହୋଇଛି ବିଧାନସଭା

ଲଗାତର ୩ ଦିନ ଧରି ହଟ୍ଟଗୋଳ ଲାଗି ରହିବା ପରେ ଗୁରୁବାର ସ୍ଵାଭାବିକ ଭାବେ ଆରମ୍ଭ ହୋଇଛି ବିଧାନସଭା। ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଥିବାବେଳେ ବିଧାୟକମାନେ ପ୍ରଶ୍ନ କରିଛନ୍ତି ଏବଂ ଶାସକ ସଦସ୍ୟ ତାହାର ଉତ୍ତର ଦେଇଛନ୍ତି।ଗତ ୩ ଦିନ ଧରି ବିଧାସନଭାରେ ହଟ୍ଟଗୋଳ ଲାଗି ରହିଥିଲା। ଓଡ଼ିଆ ଅସ୍ମିତା ଏବଂ ରାଜ୍ୟପାଳଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ। ଗତ ବୁଧବାର ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହା ପରେ ବିରୋଧୀ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ। ଗୃହରେ ଅସ୍ଵାଭାବିକ ପରିସ୍ଥିତି ଲାଗି ରହିଥିବାରୁ ବାଚସ୍ପତି କାର୍ଯ୍ୟ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡକାଇଥିଲେ। ମାତ୍ର ସେଥିରୁ କୌଣସି ସୁଫଳ ମିଳି ନ ଥିଲା।

Related Articles

Back to top button