ବିଧାନସଭାରେ ନବ ଦାସ ପ୍ରସଙ୍ଗରେ ପୋଷ୍ଟର ଯୁଦ୍ଧ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ ନବ ଦାସ ପ୍ରସଙ୍ଗରେ ଗୃହ ହୁଲୁସ୍ତୁଲ ହୋଇଛି। ବିରୋଧୀ ଦଳ ଶାସକ ଦଳକୁ ଟାର୍ଗେଟ କରି ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି। ପ୍ରଶ୍ନକାଳ ଆରମ୍ଭ ହେବାର କିଛି ସମୟ ପରେ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ଆସନ ନିକଟକୁ ଯାଇ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ସେହିପରି ଶାସକ ଦଳ ମଧ୍ୟ ଚାଷୀ ପ୍ରସଙ୍ଗ ଉଠାଇ କେନ୍ଦ୍ର ବିରୋଧରେ ନାରାବାଜି କରିଥିଲେ। ଆଉ ଗୃହରେ ଏକ ପ୍ରକାର ପୋଷ୍ଟର ଯୁଦ୍ଧ ହୋଇଥିବା ଦେଖିବାକୁ ମିଳିଛି।

କଂଗ୍ରେସ ଓ ବିଜେପି ସଦସ୍ୟମାନେ ନବ ଦାସଙ୍କୁ ନ୍ୟାୟ ପ୍ରଦାନ ଓ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର ଦାବିରେ ବ୍ୟାନର ଧରି ଗୃହର ମଧ୍ୟଭାଗକୁ ଆସିଥିଲେ। ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ମଧ୍ୟ ସେମାନେ ସରକାରଙ୍କୁ ସମାଲୋଚନା କରିଛନ୍ତି।

Related Articles

Back to top button