ଭିଜିଲାନ୍ସ ଜାଲରେ ଭବାନୀପାଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭବାନୀପାଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁର।  ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏକକାଳୀନ ସମୀରଙ୍କ ଭବାନୀପାଟଣା  ମହାବୀରପଡ଼ାରେ ଥିବା ତିନି ମହଲା ଘର, ମାରୱାଡିପଡାରେ ଥିବା ଭଡ଼ା ଘର,  ଭବାନୀପାଟଣାସ୍ଥିତ ଅଫିସ ଏବଂ ଇରିଗେସନ କଲୋନୀରେ ଥିବା ଘରେ  ଚଢାଉ କରିଛି ଭିଜିଲାନ୍ସ ।

ଦୀର୍ଘ ୧୦ ବର୍ଷ ହେବ ସମୀର ଭବାନୀପାଟଣା ମ୍ୟୁନିସିପାଲଟିରେ କାମ କରି ଆସୁଛନ୍ତି। ସମୀର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ପାଖରେ ପୂର୍ବରୁ ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ କରି ଆଜି ସକାଳେ ଭିଜିଲାନ୍ସ ଅଧିକାରୀ ସମୀରଙ୍କ ଘରେ ପଶିଥିଲା । ଜୟପୁର ଭିଜିଲାନ୍ସ ବିଭାଗର ୫ ଜଣ ଡିଏସପି ଓ ୬ ଜଣ ଇନ୍ସପେକ୍ଟର ସହ ଭିଜିଲାନ୍ସର ଆଉ କିଛି ଅଧିକାରୀ ଏହି  ଚଢାଉରେ ସାମିଲ ହୋଇଛନ୍ତି।

ଯାଞ୍ଚ ପରେ ଯନ୍ତ୍ରୀଙ୍କ ସମ୍ପତ୍ତି ଆକଳନ କରିଛି ଭିଜିଲାନ୍ସ । ସମ୍ପତ୍ତି ତାଲିକାରେ ରହିଛି,   ଭବାନୀପାଟଣା ମହାବୀର ପଡାରେ ୧୭୦୦ ବର୍ଗଫୁଟର ତିନି ମହଲା କୋଠା, ଇରିଗେସନ କଲୋନୀରେ ନିର୍ମାଣାଧୀନ ଦୁଇମହଲା କୋଠା, ଭବାନୀପାଟଣାରେ ୩ଟି ପ୍ଲଟ । ଏଥିସହିତ ତାଙ୍କ ଘରୁ ୪୯, ୧୬୩ କ୍ୟାସ ଜବତ କରିଛି ଭିଜିଲାନ୍ସ । ଏହାଛଡ଼ା ଯନ୍ତ୍ରୀଙ୍କ ଘରେ ୪୦ ଲକ୍ଷର ବ୍ୟାଙ୍କ ଡିପୋଜିଟ ଏବଂ ଇନ୍ସୁରାନ୍ସ,  ୨୪୪ ଗ୍ରାମ ସୁନା, ହୁଣ୍ଡାଇ ଆଇ ଟେନ କାର ଥିବା ସୂଚନା ଦେଇଛି ଭିଜିଲାନ୍ସ ।

Related Articles

Back to top button