IPS ଅଫିସର ସାଗରିକା ନାଥଙ୍କ ପରିବାର ଉପରେ ଆକ୍ରମଣ

ଭୁବନେଶ୍ଵର: ଗତକାଲି IPS ଅଫିସର ସାଗରିକା ନାଥଙ୍କ ପରିବାର ଉପରେ ଆକ୍ରମଣ ହୋଇଛି । ଲୁଟ ପାଇଁ ସାଗରିକାଙ୍କ ବାପା, ମା’ଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ସାଗରିକାଙ୍କ ବାପା, ମା’ ଘାଟିକିଆ ଅଞ୍ଚଳରେ ଥିବା ନିଜ ଘରକୁ ଫେରୁଥିଲେ। ବାଟରେ ସେମାନଙ୍କ କାରକୁ ପିଛା କରୁଥିବା ଏକ ବାଇକରେ ଲୁଟେରା ଆସି ଗାଡିକୁ ଅଟକାଇଥିଲେ । ବୃଦ୍ଧ ଦମ୍ପତିଙ୍କୁ ଟଙ୍କା ଓ ସୁନା ଗହଣା ଦେବାକୁ କହିଥିଲେ । ଲୁଟେରାଙ୍କ କଥା ନ ଶୁଣିବାରୁ ଦମ୍ପତିଙ୍କ ଉପରେ ଆକ୍ରମଣ କରିଥିଲେ ଲୁଟେରା । ସ୍ଥାନୀୟ ଲୋକ ଜମା ହେବା ପରେ ଲୁଟେରା ସେଠାରୁ ଚମ୍ପଟ ମାରିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମ୍ପତିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ଭରତପୁର ଥାନାରେ ଅଭିଯୋଗ ହୋଇଛି । ଲୋକେସନରୁ ଗୋଟିଏ ଚୋରା ବାଇକ ମିଳିଛି । ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ।

Related Articles

Back to top button