ଅଗଷ୍ଟ ୧୫ ପାଳନ ଉତ୍ସବରେ ଭାଗ ନେବେନି ସ୍କୁଲ ପିଲା

ଭୁବନେଶ୍ୱର: ଚଳିତବର୍ଷ ନିଜର ୭୫ତମ ସ୍ୱାଧୀନତା ଦିବସ ପାଳନ କରିବ ଭାରତ । ତେବେ ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଉଥିବାରୁ ଅଗଷ୍ଟ ୧୫ ପାଇଁ ଗାଇଡଲାଇନ ଆଣିଛନ୍ତି ସରକାର । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ପିଲାମାନଙ୍କୁ ସ୍ୱାଧୀନତା ଦିବସ ପାଳନ ଉତ୍ସବରୁ ବଞ୍ଚିତ କରାଯାଇଛି । ସ୍କୁଲରେ ପାଳନ ହେବାକୁ ଥିବା ଅଗଷ୍ଟ ୧୫ ଉତ୍ସବରେ ଭାଗ ନେଇ ପାରିବେନି ଛାତ୍ରଛାତ୍ରୀ । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଗଷ୍ଟ ୧୫ ପାଇଁ ନେଇଛନ୍ତି ଏକ ବଡ ପଦକ୍ଷେପ । ପିଲମାନଙ୍କ ସୁରକ୍ଷା ପାଇଁ ସ୍ୱାଧୀନତା ଦିବସରେ ପିଲାମାନଙ୍କୁ ସ୍କୁଲ ଆସିବା ପାଇଁ ବାରଣ କରାଯାଇଛି । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ପିଲାଙ୍କ ବିନା ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ହେବ । କେବଳ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ନେଇ ସ୍କୁଲରେ ପତାକା ଉତ୍ତୋଳନ କରାଯିବ । ରାଜ୍ୟ ସରକାରଙ୍କ ଗାଇଡଲାଇନ ଆଧାରରେ ଚଳିତବର୍ଷ ସ୍ୱାଧୀନତା ଦିବସ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

Related Articles

Back to top button