ଧାମନଗର ଉପନିର୍ବାଚନ: ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ତିହିଡି ବ୍ଲକ ଅଧକ୍ଷ୍ଯା ଶ୍ରୀମତୀ ଅବନ୍ତୀ ଦାସ ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ମିଶନ ଶକ୍ତି ଏସଏଚଜିରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ଧାମନଗର ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଉପରେ ସମସ୍ତଙ୍କର ନଜର ଥିଲା। ଆଜି ଭଦ୍ରକ ବିଜେଡି ନେତା ଭୁବନେଶ୍ବରରେ ତୁଙ୍ଗ ନେତାଙ୍କୁ ଭେଟିବା ପରେ କିଏ ପ୍ରାର୍ଥୀ ହେବ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ଶେଷରେ ବିଜେଡି ଚର୍ଚ୍ଚାରେ ନଥିବା ଏକ ନାଁକୁ ଧାମନଗର ବିଧାନସଭା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି।

ଏହି ଆସନ ପାଇଁ କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ଆଜି ପ୍ରାର୍ଥୀ ଭାବେ ଘୋଷଣା କରିଛି। ସେହିପରି ବିଜେପି ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି। ଯିଏକି ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ଆଉ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି।

ନଭେମ୍ବର ତିନିରେ ଏହି ଆସନ ପାଇଁ ଭୋଟ୍ ପଡ଼ିବ। ୧୪ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ଥିଲା। ତେଣୁ ଗତକାଲିଠୁ ବିଜେଡି ଓ କଂଗ୍ରେସ କୌଣସି ମୁହୂର୍ତ୍ତରେ ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଉପନିର୍ବାଚନରେ ତିନି ଦଳର ପ୍ରାର୍ଥୀ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି।

Related Articles

Back to top button