ଖୁବ୍‌ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ସ୍ଵାସ୍ଥ୍ୟ ବୀମା ଯୋଜନା

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ସ୍ଵାସ୍ଥ୍ୟ ବୀମା ଯୋଜନା । ଏ ନେଇ ମଙ୍ଗଳବାର ନିଜର ପ୍ରତିକ୍ରିୟାରେ କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆୟୁଷ୍ମାନ ଭାରତ ଯୋଜନାରେ ଲୋକଙ୍କୁ ସ୍ଵାସ୍ଥ୍ୟ କାର୍ଡ ମିଳିବ। ମନ୍ତ୍ରୀ କହିଛନ୍ତି, ରାଜ୍ୟର ୧ କୋଟି ପରିବାରର ସାଢ଼େ ୩ କୋଟି ଲୋକଙ୍କୁ ସ୍ଵାସ୍ଥ୍ୟ କାର୍ଡ ମିଳିବ । ଏହି କାର୍ଡ ଜରିଆରେ ରାଜ୍ୟବାସୀ ଦେଶର ୨୭ ହଜାର ହସ୍ପିଟାଲରେ ସ୍ଵାସ୍ଥ୍ୟ ସେବା ପାଇପାରିବେ । ୭୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବି ଏହି ସ୍ଵାସ୍ଥ୍ୟ ବୀମାର ସୁବିଧା ପାଇବେ। ଦାଦନ ଶ୍ରମିକଙ୍କୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ସ୍ଵାସ୍ଥ୍ୟ ବୀମାର ଫାଇଦା ମିଳିବ।  ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୬୭ ଲକ୍ଷ ପରିବାର ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ବଳକା ୩୩ ଲକ୍ଷ ପରିବାର ସ୍ଵାସ୍ଥ୍ୟ ବୀମାରେ ସାମିଲ ହେବେ । ନୂଆ ସ୍ଵାସ୍ଥ୍ୟ ବୀମାରେ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଵାସ୍ଥ୍ୟ ସୁବିଧା ମିଳିବ ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି ।ସୂଚନାଯୋଗ୍ୟ, ନିର୍ବାଚନ ପ୍ରଚାର ସମୟରେ ବିଜେପି ରାଜ୍ୟରେ ସରକାର ଗଢିଲେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏହା ରାଜ୍ୟରେ ଶୀଘ୍ର ଲାଗୁ ହେବାକୁ ଯାଉଛି।

Related Articles

Back to top button