ଓଡ଼ିଶାର ଛେନାପୋଡ଼ ଆୟୁଷ୍ମାନ ଖୁରାନାଙ୍କ ବହୁତ ପସନ୍ଦ
ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ମନ କିଣିନେଲା ଛେନାପୋଡ଼। ଓଡ଼ିଶାର ଛେନାପୋଡ଼ ଆୟୁଷ୍ମାନ ଖୁରାନାଙ୍କ ବହୁତ ପସନ୍ଦ। ଟ୍ୱିଟ୍ କରି ଜଣାଇଲେ ଆୟୁଷ୍ମାନ୍। ପ୍ରଶଂସକ ମାନେ କହିଲେ ପୁଣି ଓଡ଼ିଶା ଆସନ୍ତୁ। କିଛିଦିନ ତଳେ ଆୟୁଷ୍ମାନ ଓଡିଶା ଆସିଥିବାବେଳେ ଯାଜପୁର ମହୋତ୍ସବରେ ଯୋଗ ଦେଇଥିଲେ । ଆୟୁଷ୍ମାନ ଛେନାପୋଡ଼ ଖାଇଥିବାବେଳେ ସେ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଆଉ ଆୟୁଷ୍ମାନଙ୍କ ଫଟୋ ପୋଷ୍ଟ ପରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ତାଙ୍କୁ ଧନ୍ୟବାଦ ଦିଆଯାଇଛି।
The dark side of chena poda successfully dilutes the dark side of mine. pic.twitter.com/5gk6rIwktA
— Ayushmann Khurrana (@ayushmannk) February 15, 2023
ଆୟୁଷ୍ମାନ ଛେନାପୋଡ଼ର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ ଯେ, ଛେନାପୋଡ଼ର ପୋଡ଼ିଯାଇଥିବା ଅଂଶ ବା କଳା ଭାଗଟି ଏତେ ସ୍ୱାଦିଷ୍ଟ ଯେ ମୋ ମନ କିଣିନେଇଛି । ପୋଡା ଭାଗଟି ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥିବାବେଳେ ଏହାକୁ ନେଇ ଓଡିଶା ପର୍ଯ୍ୟଟନ ବିଭାଗ ରୀଟ୍ୱିଟ କରି ଲେଖିଛନ୍ତି ଯେ, ଆପଣ ପୁଣିଥରେ ଓଡିଶା ଆସିବେ ବୋଲି ଆମେ ଆଶା କରୁଛୁ । ଆପଣ ଆମର ଖାଦ୍ୟକୁ ପସନ୍ଦ କରିଥିବାରୁ ଅଶେଷ ଧନ୍ୟବାଦ ।
ଆୟୁଷ୍ମାନଙ୍କ ଏହି ଟ୍ୱିଟ ପରେ ଅନେକ ଲୋକ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି । ତେବେ ୧୯୩୧ ଏପ୍ରିଲ ୧୧ରେ ଜନ୍ମଗ୍ରହଣ କରିଥିବା ସୁଦର୍ଶନ ସାହୁ ଥିଲେ ନୟାଗଡ଼ରେ ପ୍ରସ୍ତୁତ ଛେନାପୋଡ଼ର ଜନ୍ମଦାତା। ଆଉ ଏପ୍ରିଲ ୧୧ରେ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଏ । ଛେନାପୋଡ଼କୁ ସାଧାରଣ ଲୋକଙ୍କ ସହ ଅନେକ ସେଲିବ୍ରିଟି ମଧ୍ୟ ପସନ୍ଦ କରନ୍ତି ।