ବାବା ସିଂହନାଥ ମହାଦେବ, ମା’ ଭଟାରୀକା ମନ୍ଦିରରେ ପଶିଲା ବନ୍ୟା ଜଳ

ନରସିଂହପୁର: କଟକ ଜିଲା ବଡମ୍ବା ଗୋପୀନାଥପୁର ନିକଟ ମହାନଦୀ ମଝିରେ ଥିବା ପାହାଡ଼ରେ ପ୍ରସିଦ୍ଧ ବାବା ସିଂହନାଥ ମହାଦେବଙ୍କ ମନ୍ଦିର ଭିତରେ ମହାନଦୀର ବନ୍ୟାଜଳ ପ୍ରବେଶ କରିଛି । ମନ୍ଦିର ସମେତ ପରିସର ବନ୍ୟା ପାଣି ଘେରରେ ରହିଛି। ଫଳରେ ଦୈନନ୍ଦିନ ପୂଜା ରୀତିନୀତିରେ ବ୍ୟତିକ୍ରମ ଦେଖାଦେଇଛି । ସେହିପରି ମହାନଦୀ କୂଳରେ ଥିବା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟାରୀକା ମନ୍ଦିରବେଢାରେ ବନ୍ୟାଜଳ ପ୍ରବେଶ କରିଥିବାରୁ ମା’ଙ୍କ ଚଳନ୍ତି ପ୍ରତିମାକୁ ଉଚ୍ଚସ୍ଥାନକୁ ନେଇ ପୂଜାର୍ଚନା କରାଯାଉଛି। ସେହିଭଳି ନରସିଂହପୁର ବ୍ଲକର ଓଡ଼ସିଙ୍ଗା ଗ୍ରାମ ନିକଟକୁ ମହାନଦୀର ବନ୍ୟାଜଳ ଛୁଇଁଥିବା ବେଳେ ବହୁ ଚାଷ ଜମି ପାଣିରେ ବୁଡି ରହିଛି । ପ୍ରଶାସନ ପକ୍ଷରୁ ତହସିଲଦାର ଆଲୋକ ରଞ୍ଜନ ଦେହୁରୀ ଘଟଣା ସ୍ଥଳ ପରିଦର୍ଶନ କରି ସ୍ଥିତି ଆକଳନ କରିଛନ୍ତି।

ଏପରି କି ବଡମ୍ବା ବ୍ଲକ ଶଙ୍ଖାମେରି ନିକଟ ମହାନଦୀ ମାଳବନ୍ଧରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ବନ୍ୟାଜଳ ଗାଁ ଭିତରକୁ ମାଡି ଆସିଛି। ପାଣି ଘେରରେ ଥିବା ଗ୍ରାମବାସୀଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି।

Related Articles

Back to top button