ବାବୁଶାନ୍‌ ଏବଂ ପ୍ରକୃତି ମିଶ୍ର ମାମଲା: ଉଭୟ ପକ୍ଷରୁ ଥାନାରେ ମାମଲା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଓଲିଉଡ୍‌ ଷ୍ଟାର୍‌ ବାବୁଶାନ୍‌ ଏବଂ ପ୍ରକୃତି ମିଶ୍ର ମାମଲାରେ ଥାନାରେ ପହଞ୍ଚିଲେ ବାବୁଶାନ୍‌ଙ୍କ ମାଆ ଏବଂ ପତ୍ନୀ । ଖାରବେଳ ଥାନାରେ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ବାବୁଙ୍କ ପତ୍ନୀ ତୃପ୍ତିଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର କରିଛନ୍ତି । ଏହାକୁ ନେଇ ଖାରବେଳ ନଗର ଥାନାରେ ବୋହୂଙ୍କ ସହ ପହଞ୍ଚିଛନ୍ତି ଅପରାଜିତା ମହାନ୍ତି । ପ୍ରଥମେ ବୋହୂଙ୍କ ଘରେ ପହଞ୍ଚି ସେଠୁ ତାଙ୍କୁ ଧରି ଥାନାକୁ ଯାଇଛନ୍ତି ଅପରାଜିତା । ତୃପ୍ତିଙ୍କ ମାଉସୀ ମଧ୍ୟ ସେମାନଙ୍କ ସହିତ ରହିଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉକି, ଆଜି ସକାଳେ ପ୍ରକୃତିଙ୍କ ସହ ବାବୁଶାନ ଗାଡ଼ିରେ ଯିବା ବେଳେ ମାଡ଼ ମାରିଥିଲେ ପତ୍ନୀ। ପ୍ରକୃତି ତାଙ୍କ ପରିବାରକୁ ନଷ୍ଟ କରୁଥିବା କହି ପ୍ରକୃତିଙ୍କ ଚୁଟି ଟଣା ଓଟରା କରି ମାରିଥିଲେ। ବାବୁଶାନଙ୍କ ସହ ସଂପର୍କ ଖରାପ ପାଇଁ ପ୍ରକୃତି ଦାୟୀ ବୋଲି କହିଥିଲେ।  ରାସ୍ତା ମଝିରେ  ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ ପତ୍ନୀ। ବାବୁଶାନ୍ ପ୍ରତିବାଦ କରିଥିବାରୁ, କାର୍ ରୁ ଟାଣି ଆଣି  ବାବୁଶାନଙ୍କୁ ମାଡ଼ ମାରିଥିଲେ ପତ୍ନୀ। ବିଚ୍ ରାସ୍ତାରେ ଏହି ହାଇଡ୍ରାମାର ଭିଡିଓ ଭାଇରାଲ୍ ହୋଇଥିଲା ।

Related Articles

Back to top button