ସକାଳେ ଥାନାରେ ହାଜର ହୋଇ ପକ୍ଷ ରଖିବେ ବାବୁଶାନ !

ଭୁବନେଶ୍ୱର: ବାସଭବନ ବାହାରେ ତାଙ୍କୁ ଅପେକ୍ଷା କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଉଦବେଗ ପ୍ରକାଶ କରି ଓଲିଉଡ ଅଭିନେତା ବାବୁଶାନ୍ ଗୁରୁବାର ସୂଚନା ଦେଇଛନ୍ତି ଯେ ସେ ଖୁବ୍ ଶୀଘ୍ର ଏକ ବିବୃତି ଜାରି କରିବେ। ପୋଲିସ ପଚରାଉଚରା କରିସାରିବା ପରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମସ୍ତ କଥା କହିବେ ବୋଲି ସେ କହିଛନ୍ତି। ବାବୁଶାନଙ୍କୁ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚରାଯିବାରୁ ସେ ଭଲରେ ଖିବା କହିଛନ୍ତି । କିନ୍ତୁ ତାଙ୍କୁ ଅପେକ୍ଷା କରି ଦୀର୍ଘ ସମୟ ହେବ ଗଣମାଧ୍ୟମ ପ୍ରତିନିଧି ଅପେକ୍ଷା କରିଥିବାରୁ ତାଙ୍କୁ ଖରାପ ଲାଗୁଛି ବୋଲି ସେ କହିଛନ୍ତି। ତେବେ ପୋଲିସ ତାଙ୍କୁ କେତେବେଳେ ପଚରାଉଚରା କରିବାକୁ ଡାକିଛି ବୋଲି କହିନଥିଲେ ବି ସକାଳ ୮ରୁ ୯ଟା ମଧ୍ୟରେ ପୋଲିସ ଡାକିଥିବା ସୂଚନା ରହିଛି।

ଏବେ ସେ କୌଣସି ମାନସିକ ଚାପରେ ନାହାନ୍ତି। ସେ ପରିବାର ସହ ଅଛନ୍ତି ଏବଂ ସମସ୍ତେ ଭଲ ଅଛନ୍ତି ବୋଲି କହିଛନ୍ତି। ତାଙ୍କ ପୁଅ ତାଙ୍କ ପାଖକୁ ଆସିବ ବୋଲି ସେ କହିଛନ୍ତି । ବୁଧବାର ବାବୁଶାନ୍ ଚେନ୍ନାଇରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ।

Related Articles

Back to top button