
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କରାଗଲା ବଡ ମହାସ୍ନାନ ନୀତି
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କରାଗଲା ବଡ ମହାସ୍ନାନ ନୀତି । ଅବକାଶ ନୀତି ପରେ ଭିତରକାଠ ନିକଟରେ ଜଣେ ଭକ୍ତ ବାନ୍ତି କରିଦେବାରୁ ମହାପ୍ରଭୁଙ୍କର ମହାସ୍ନାନ ନୀତି କରାଯାଇଛି । ଶ୍ରୀଜିଉଙ୍କ ମହାସ୍ନାନ ନୀତି ଚାଲିଥିବାରୁ ସାଧାରଣ ଦର୍ଶନ ବନ୍ଦ ରହିଥିଲା ।
ସୂଚନା ଅନୁସାରେ, ଆଜି ଶ୍ରୀଜିଉଙ୍କ ଦର୍ଶନ ଚାଲିଥିବା ବେଳେ ଭିତରକାଠ ନିକଟରେ ଜଣେ ଭକ୍ତ ବାନ୍ତି କରିଦେଇଥିବା ଦେଖିଥିଲେ ସେବାୟତ ଗୋଷ୍ଠୀ । ଏହାପରେ ତୁରନ୍ତ ବଡ ମହାସ୍ନାନ ନୀତି କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବଡ ମହାସ୍ନାନ ନୀତି ଚାଲିଥିବାରୁ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ପାଖାପାଖି ୪୫ ମିନିଟ ଧରି ଏହି ବଡ ମହାସ୍ନାନ ନୀତି କରାଯାଇଥିଲା । ମହାସ୍ନାନ ନୀତି ପରେ ଗୋପାଳବଲ୍ଲଭ ନୀତି ସମାପ୍ତ ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା ।