ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ବାଗେଶ୍ଵର ବାବା

ଭାରତ ତଥା ବିଶ୍ୱରେ ପ୍ରଭୁ ହନୁମାନଙ୍କ ଦିବ୍ୟତାର କଥା ପାଇଁ ପ୍ରସିଦ୍ଧ ବାଗେଶ୍ୱର ଧାମ ସରକାର ତଥା ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ ରବିବାର ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ । ଭୁବନେଶ୍ୱରରେ ପହଞ୍ଚିବା ପରେ ଭୁବନେଶ୍ୱର ବିମାନ ବନ୍ଦରରୁ କଡା ସୁରକ୍ଷା ବଳୟ ମଧ୍ୟରେ ବାବା ଶ୍ରୀଜିୟୁଙ୍କୁ ଦର୍ଶନ କରିବା ପାଇଁ ସିଧା ସଳଖ ପୁରୀ ଅଭିମୁଖେ ଯାତ୍ରା କରିଥିଲେ । ଶ୍ରୀଜିଉଙ୍କ ଦର୍ଶନ କରିବା ସହ ମାଆ ବିମଳା,ଲକ୍ଷ୍ମୀମନ୍ଦିର ମଧ୍ୟ ଦର୍ଶନ କରିଥିଲେ । ଏହାପରେ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ପରିସରରେ ରହିବା ସହ ସାକ୍ଷୀଗୋପାଳ ମନ୍ଦିରରେ ବସି ମହାପ୍ରସାଦ ସେବନ କରିଥିଲେ ବାବା ବାଗେଶ୍ୱର । ସେଠାରେ ବାବା ବାଗେଶ୍ୱରଙ୍କୁ ଦେଖା କରିବା ପାଇଁ ହଜାର ହଜାର ଭକ୍ତ ଆସିଥିବାର ଦେଖିବାକୁ ମିଳିଛି । ବାବାଙ୍କର ସୁରକ୍ଷା ପାଇଁ କଡ଼ାକଡ଼ି ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏହାସହ ବାବା ବାଗେଶ୍ୱରଙ୍କୁ କଟକ ଧବଳେଶ୍ୱର ମନ୍ଦିରର ପୂଜକ ସୀତେଶ କୁମାର ପତ୍ରୀ ୬କେଜି ୫ଶହ ଓଜନର ପିତ୍ତଳ ଗଦା ପ୍ରଦାନ କରିଥିଲେ । ସମସ୍ତ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା ପାଇଁ ମହାପ୍ରଭୁଙ୍କ ପାଖରେ ଗୁହାରୀ କରିବା ସହ ଦର୍ଶନକୁ ବାଗେଶ୍ୱର ବାବା ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

Related Articles

Back to top button