ବୁଡ଼ିଲା ଅଟ୍ରି ଉଷ୍ଣ ପ୍ରସ୍ରବଣ, ୫୭ ନଂ. ଏନ୍‌ଏଚ୍‌ରେ ଯୋଗାଯୋଗ ବିଚ୍ଛିନ୍ନ

ଖୋର୍ଦ୍ଧା: ମହାନଦୀରେ ଜଳସ୍ତର ବଢୁଛି। ଫଳରେ ଶାଖା ନଦୀ ରାଜୁଆ ଓ ଦୟାର ଜଳସ୍ତର ବୃଦ୍ଧି ପାଇ ବିପଦସଙ୍କେତ ଉପରେ ରହିଛି। ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ-ସାରୁଅ ରାସ୍ତାରେ ୪ଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଛି। ଏଥିଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଜଳସ୍ତର ବଢୁଥିବାରୁ ପ୍ରଶାସନ ପକ୍ଷରୁ ଏହି ରାସ୍ତାରେ ଯାତାୟାତ ବନ୍ଦ କରାଯାଇଛି। ଫଳରେ ଉଭୟ ପଟୁ ଏକ କିମି ପର୍ଯ୍ୟନ୍ତ ଯାନବାହନ ଅଟକି ରହିଛି। ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖବର ପାଇ ବେଗୁନିଆ ବିଧାୟକ ତଥା ଜିଲା ଯୋଜନା କମିଟି ସଭାପତି ରାଜେନ୍ଦ୍ର ସାହୁଙ୍କ ସମେତ ବାଘମାରୀ ଓ ସାରୁଅ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବେଗୁନିଆ ଓ ବୋଲଗଡ଼ ବ୍ଲକର ବାଘମାରୀ, ସିମୋର, ପୋଡ଼ାଡିହ, ସାରୁଅ, ଦୁର୍ଗାପୁର, ସାଗର, ଖଙ୍ଗୁରିଆ ପ୍ରଭୃତି ଗ୍ରାମର ବହୁ ଚାଷଜମି ବୁଡ଼ିଯାଇଛି। ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଅଟ୍ରିସ୍ଥିତ ଉଷ୍ଣ ପ୍ରସ୍ରବଣରେ ୮ଫୁଟର ପାଣି ପଶିଛି।  ଏହି ପର୍ଯ୍ୟଟନସ୍ଥଳ ପାଣିଘେରରେ ରହିଛି। ଅଟ୍ରି ଉଭୟ ପାର୍ଶ୍ୱ ଚାଷଜମି ଜଳମଗ୍ନ ହୋଇଛି। ଅଟ୍ରିକୁ ସଂଯୋଗ କରୁଥିବା ରାସ୍ତାରେ ୪ ଫୁଟର ପାଣି ପ୍ରବାହିତ ହେଉଛି।

Related Articles

Back to top button