
ବାଲିଯାତ୍ରା ପାଇଁ ଶେଷ ପର୍ଯ୍ୟାୟ ପ୍ଲଟ ବୁକିଂ ଆରମ୍ଭ
କଟକ: କଟକ ବାଲିଯାତ୍ରା ପାଇଁ ମଙ୍ଗଳବାରଠାରୁ ଶେଷ ପର୍ଯ୍ୟାୟ ପ୍ଲଟ ବୁକିଂ ଆରମ୍ଭ ହୋଇଛି। ଯେଉଁ ପ୍ଲଟ ଗୁଡିକ ନିଲାମୀ ପରେ ବିଳି ପଡିଥିଲା ଆଜିଠାରୁ ସେହି ପ୍ଲଟ ଗୁଡିକର ସ୍ପଟ ବୁକିଂ ଓ ଅକ୍ସନ୍ କରାଯାଉଛି । ଯେଉଁ ବ୍ୟବସାୟୀମାନେ ସାଧାରଣ ନିଲାମୀ ବେଳେ ବାଦ୍ ପଡିଯାଇଥିଲେ ସେମାନଙ୍କୁ ଏହି ସ୍ପଟ୍ ଅକ୍ସନରେ ଅଗ୍ରାଧିକାର ଦିଆଯାଉଛି ।
ଅନ୍ୟପଟେ ବାଲିଯାତ୍ରାର ଅନେକ ପୁରୁଣା ବ୍ୟବସାୟୀ ନିଲାମୀରେ ପ୍ଲଟ ନପାଇ ଫେରିଯାଉଥିବା ଦେଖାଯାଇଛି । ଆଜି ବଳି ପଡିଥିବା ପ୍ରାୟ ୨ଶହ ୫୦ଟି ପ୍ଲଟର ସ୍ପଟ୍ ନିଲାମୀ ଆରମ୍ଭ ହୋଇଛି। ଅନ୍ୟପଟେ ବାଲିଯାତ୍ରା ପଡିଆରେ ପ୍ରସ୍ତୁତି ତ୍ବରାନ୍ବିତ ହୋଇଛି।