ଆଜି ଠାରୁ ପୁରୀ ଯାଏଁ ଗଡ଼ିବ ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ

ଭୁବନେଶ୍ୱର: ମେ’ ୧୫ ଠାରୁ ପୁରୀ ପର୍ଯ୍ୟନ୍ତ ଗଡ଼ିବ ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ। ଅର୍ଥାତ ଏହା ବାରିପଦା ବାଙ୍ଗିରିପୋଷି ପଟୁ ଆସୁଥିବା ଏହି ଟ୍ରେନର ଅନ୍ତିମ ଷ୍ଟପେଜ ପୁରୀ ରହିବ। ସମ୍ପ୍ରସାରଣ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଯାହା ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲାରୁ ପୁରୀ ଆସି କାଳିଆ ଦର୍ଶନ କରିବାକୁ ଇଚ୍ଛା ରଖୁଥିବା ବ୍ୟକ୍ତିଙ୍କୁ ବଡ ଲାଭଦାୟକ ହେବ।

୧୨୮୯୨ ପୁରୀ-ବାଙ୍ଗିରିପୋଷି ଏକ୍ସପ୍ରେସ ପୁରୀ ଠାରୁ ଅପରାହ୍ନ ୪ଟା ୨୦ମିନିଟରେ ଛାଡି ରାତି ୧୧ଟା ୦୫ମିନିଟରେ ବାଙ୍ଗିରିପୋଷି ଠାରେ ପହଞ୍ଚିବ। ଫେରିବା ମାର୍ଗରେ, ୧୨୮୯୧ ବାଙ୍ଗିରିପୋଷି – ଭୁବନେଶ୍ୱର ଏକ୍ସପ୍ରେସ ବାଙ୍ଗିରିପୋଷିରୁ ଭୋର ୪ଟା ୨୦ ମିନିଟରେ ଛାଡି ପୁରୀ ଠାରେ ପୂର୍ବାହ୍ନ ୧୧ଟା ୦୫ମିନିଟରେ ପହଞ୍ଚିବ।

ଭୁବନେଶ୍ୱର ଏବଂ ପୁରୀ ମଧ୍ୟରେ ସମ୍ପ୍ରସାରିତ ପଥରେ ଏହି ଟ୍ରେନ ଖୋର୍ଦ୍ଧା ରୋଡ଼, ସାକ୍ଷୀଗୋପାଳ ଷ୍ଟେସନ ମାନଙ୍କଠାରେ ରହଣି କରିବ। ଭୁବନେଶ୍ୱର ଏବଂ ବାଙ୍ଗିରିପୋଷି ମଧ୍ୟରେ ଏହି ଟ୍ରେନ୍ ପାଇଁ ସମୟ ଏବଂ ନିର୍ଦ୍ଧାରିତ ଷ୍ଟପେଜ୍ ଉଭୟ ଦିଗରୁ ଅପରିବର୍ତ୍ତିତ ରହିବ।

ଉଲ୍ଲେଖଯୋଗ୍ୟ, ବାଲେଶ୍ୱର, ମୟୂରଭଞ୍ଜରୁ ଆସୁଥିବା ଏହି ସୁପରଫାଷ୍ଟ ଟ୍ରେନ୍ ଉପରେ ଭୁବନେଶ୍ବର ଓ କଟକକୁ ଅଧିକାଂଶ ଯାତ୍ରୀ ଆସନ୍ତି। କିନ୍ତୁ ଏହି ସୁପରଫାଷ୍ଚ ଟ୍ରେନ୍ ପୁରୀ ଯାଉନଥିବାରୁ ଅନେକ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଥିଲା। ଯାହା ଏବେ ପୂରଣ ହୋଇଛି।

Related Articles

Back to top button