
ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ଦୂର୍ଘଟଣା, ସ୍ୱାମୀ-ସ୍ତ୍ରୀ ସହିତ ୩ ମୃତ
ବାରିପଦା: ମୟୁରଭଞ୍ଜ ବାଙ୍ଗିରିପୋଷି ଘାଟିରେ ପୁଣି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଟ୍ରକ୍ ଓ ବଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ଜୀବନ ଯାଇଛି । ଗୋଟିଏ ପରିବାରର ସ୍ୱାମୀ-ସ୍ତ୍ରୀ ସହିତ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ଦୁଇ ଶିଶୁ ଗୁରୁତର ହୋଇଛନ୍ତି ।