ବିଜୟୀ ହେବା ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଆଶାର୍ବାଦ ନେଲେ ବର୍ଷା

ଭୁବନେଶ୍ବର: ନବୀନ ନିବାସରେ ପଦ୍ମପୁର ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା। ପଦ୍ମପୁରରେ ବିଜୟ ହାସଲ ପରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବର୍ଷା ସିଂ ବରିହା ସାକ୍ଷାତ କରିଛନ୍ତି। ବିଜେଡି ତାଙ୍କ ଉପରେ ଭରସା କରି ଟିକଟ ଦେଇଥିଲା ଏବଂ ପଦ୍ମପୁର ଉପନିର୍ବାଚନରେ ବିଜୟୀ ହେବା ପାଇଁ ସମସ୍ତ ପ୍ରକାର ସହାୟତା ଓ ସହଯୋଗ ପ୍ରଦାନ କରିଥିଲା। ଫଳରେ ବିଜୟ ଲାଭ କରିଥିବାରୁ ଆଜି ବର୍ଷା ସିଂ ବରିହା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷା କରି ଆଶୀର୍ବାଦ ନେଇଛନ୍ତି। ବର୍ଷାଙ୍କ ସହ ପଶ୍ଚିମ ଓଡ଼ିଶାର ଅନେକ ନେତା ମଧ୍ୟ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ।

ବିଜୟୀ ହେବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶାର୍ବାଦ ନେଇଛନ୍ତି ବର୍ଷା ସିଂ ବରିହା। ପଦମପୁର ଉପ ନିର୍ବାଚନରେ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ବର୍ଷା ସିଂ ବରିହା। ପଦମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ହୋଇଥିଲା ଉପ-ନିର୍ବାଚନ। ବିଜେଡି ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ କନ୍ୟା ବର୍ଷାଙ୍କୁ ନିର୍ବାଚନ ରଣାଙ୍ଗନକୁ ଅବତୀର୍ଣ୍ଣ କରିଥିଲା। ଡିସେମ୍ବର ୫ ତାରିଖରେ ପଦମପୁର ଉପନିର୍ବାଚନ ହୋଇଥିବାବେଳେ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇଥିଲା ଫଳାଫଳ। ଯେଉଁଥିରେ ୪୨ ହଜାରରୁ ଅଧିକ ଭୋଟ ବ୍ୟବଧାନଦରେ ବିଜୟୀ ହୋଇଥିଲା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ବର୍ଷାଙ୍କ ବିଜୟରେ ଶୁଭେଛା ଜଣାଇଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Related Articles

Back to top button