ହକି ବିଶ୍ୱକପ୍ ପାଇଁ ୧୭ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କଲା ବିଡିଏ

ଭୁବନେଶ୍ୱରହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱର ସହରକୁ ସରସ ସୁନ୍ଦର କରିବାକୁ ବିଏମସି ସହ ଅଣ୍ଟା ଭିଡ଼ିଛି ବିଡିଏ । ବିଶେଷ କରି ବିଶ୍ୱକପ୍ ହକି ସମୟରେ ରାସ୍ତାକଡ଼ରେ ଉଠା ଦୋକାନ, ରାସ୍ତା ଉପରେ ଯେଭଳି ଗାଡ଼ି ପାର୍କିଂ ନ ହେବ ସେଥିପ୍ରତି ବିଡିଏ ଦୃଷ୍ଟି ଦେଇଛି ।

ବିଶ୍ୱକପ୍ ସମୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବିଡିଏର ୧୭ ଗୋଟି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ମୁତୟନ ରହିବେ । ପ୍ରତି ଟିମରେ ଜଣେ ଏନଫୋର୍ସମେଣ୍ଟ ଆସିଷ୍ଟାଣ୍ଟ/ଇନ୍ସପେକ୍ଟରଙ୍କ ସହ ସର୍ଭେ ଆସିଷ୍ଟାଣ୍ଟ/ଜଣେ ବିଏମସି ଅଧିକାରୀ ଏବଂ ୨ ଜଣ ସୁରକ୍ଷା କର୍ମୀ ରହିବେ ।

ଜାନୁଆରୀ ପହିଲାରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA)ର ଟିମ୍ ମୁତୟନ ହେବେ । ଏହି ଟିମ୍ ୨୦୨୩ ଜାନୁଆରୀ ୩୧ ଅଥବା ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ମୁତୟନ ରହିବେ ବୋଲି ବିଡିଏ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ।

Related Articles

Back to top button