୨୦୨୪ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଫେବୃଆରୀ ମାସରେ ଦୁଇ ଦୁଇ ଥର ଓଡ଼ିଶା ଗସ୍ତ କରିପାରନ୍ତି

୨୦୨୪ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ମାସରେ ଦୁଇ ଦୁଇ ଥର ଓଡ଼ିଶା ଗସ୍ତ କରିପାରନ୍ତି। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଫେବୃଆରୀ ୩ ତାରିଖରେ ମୋଦୀ ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ଫେବୃଆରୀ ୧୦ରେ ସେ ପୁଣି ଓଡ଼ିଶା ଆସିପାରନ୍ତି। ଏନେଇ ରବିବାର ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।ରାଜ୍ୟ ସଭାପତିଙ୍କ ସୂଚନା ମୁତାବକ, ଭାରତୀୟ ଜନତା ପାର୍ଟି ସାରା ଦେଶରେ ଦୁଇଟି ବିଶାଳ ମହିଳା ସମାବେଶର ଆୟୋଜନ କରିବାକୁ ଯାଉଛି। ଗୋଟିଏ ମଧ୍ୟପ୍ରଦେଶ ଏବଂ ଆଉ ଗୋଟିଏ ଓଡ଼ିଶାରେ ଆୟୋଜିତ ହେବ। ଫେବ୍ରୁଆରୀ ୧୦ ତାରିଖରେ ଭୁବନେଶ୍ୱରରେ ଏହି ବିଶାଳ ସମାବେଶ ଆୟୋଜିତ ହେବ। ଏହି ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ମହିଳାମାନଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

Related Articles

Back to top button