‘ଓଡ଼ିଶାକୁ ନେଇ ଗର୍ବ କରେ’ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର:  ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ରାଷ୍ଟ୍ରପତି ଯୋଗଦେଇ ଓଡ଼ିଶାର ଇତିହାସ, ସଂସ୍କୃତି, ଐତିହ୍ୟକୁ ମନେପକାଇଛନ୍ତି । ଓଡ଼ିଶା ପାଇଁ ସେ ବି ଅନ୍ୟମାନଙ୍କ ଭଳି ସ୍ବପ୍ନ ଦେଖନ୍ତି ବୋଲି କହିଛନ୍ତି । ଓଡ଼ିଶାର ଭବିଷ୍ୟତ ବିଷୟରେ ଆପଣମାନଙ୍କ ମନରେ କିଛି ନା କିଛି ସ୍ଵପ୍ନ ନିଶ୍ଚୟ ଥିବ । ଆପଣମାନେ କିପରି ଏକ ଓଡ଼ିଶାର ଚିତ୍ର ଦେଖିବାକୁ ଚାହୁଁଛନ୍ତି, ସେ ବିଷୟରେ ନିଶ୍ଚୟ କେବେ କେମିତି ଭାବୁଥିବେ । ଏ ମାଟିର ଝିଅ ଭାବରେ ଓଡ଼ିଶା ବିଷୟରେ ମୁଁ ବି ଅନେକ ସ୍ଵପ୍ନ ଦେଖେ । ରାଜଭବନରେ ଓଡ଼ିଶା ସରକାରଙ୍କ ତରଫରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସନ୍ଧ୍ୟାରେ ଏହା କହିଛନ୍ତି।

କାର୍ଯ୍ୟକ୍ରମ ଆରମ୍ଭରେ  ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜ୍ୟପାଳ ଗଣେଶୀ ଲାଲ ବୋଇତ ବନ୍ଦାଣର ସ୍ମାରକୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଣାର୍କ ଚକ୍ର, ଧର୍ମେନ୍ଦ୍ର ପ୍ରଧାନ ଡୋକ୍ରା ଆଦିବାସୀ ନୃତ୍ୟର ସ୍ମାରକୀ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ମୁଖ୍ୟ ବିଚାରପତି ଏସ୍ ମୁରଲୀଧରନ, ବାଚସ୍ପତି ବିକ୍ରମ କେଶରୀ ଆରୁଖ , ବିଏମସି ମେୟର ସୁଲୋଚନା ଦାସ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଆଦିବାସୀ ନେତା ବିନୟ କୁମାର ଟପ୍ପୋ, ମାଣ୍ଡିଆ ଚାଷୀ ଶ୍ରୀମତୀ ସୁବାସ ମହାନ୍ତ, ସାହିତ୍ୟିକା ଡା. ପ୍ରତିଭା ରାୟ, ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ପୂର୍ଣ୍ଣିମା କିଞ୍ଚାଇ, ପଦ୍ମଭୂଷଣ ସୁଦର୍ଶନ ସାହୁ, ପଦ୍ମଶ୍ରୀ ଦିଲୀପ ତିର୍କୀ, ଡା. ଅଶୋକ କୁମାର ମହାପାତ୍ର, ପଦ୍ମଶ୍ରୀ ହଳଧର ନାଗ, ସମ୍ବଲପୁରୀ ବାନ୍ଧକଳା ଶିଳ୍ପୀ ସୁରେନ୍ଦ୍ର ମେହେର, ଓଡ଼ିଶୀ ନୃତ୍ୟ ଶିଳ୍ପୀ ଅରୁଣା ମହାନ୍ତି, ଉର୍ଦ୍ଦୁ କବି ଖୱାର ନକଭୀ, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଈଶ୍ବର ଚନ୍ଦ୍ର ନାୟକ ଓ ଫ୍ଲୋରେନ୍ସ ନାଇଟ୍ ଏଙ୍ଗେଲ ପୁରସ୍କାର ପ୍ରାପ୍ତ ପ୍ରେମଲତା ବାରିକ ମଧ୍ୟ ରାଷ୍ଟ୍ରପତିଙ୍କୁ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ।

Related Articles

Back to top button