୧୦ ହଜାର ଟଙ୍କା ଲାଞ୍ଚ ନେଇ ବିଇଓ ଗିରଫ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଲାଙ୍ଗୀର ବ୍ଲକ ଶିକ୍ଷାଧିକାରୀ(ବିଇଓ) ରାଘବ ପାଣିଗ୍ରାହୀ। ୧୦ ହଜାର ଟଙ୍କା ଲାଞ୍ଚ ନେଇ ବିଇଓ ଗିରଫ ହୋଇଛନ୍ତି। କୌଣସି ଏକ ଅଭିଯୋଗକୁ ନେଇ ପାଟଣାଗଡ଼ ରମାଇ ହାଇସ୍କୁଲର ସହକାରୀ ଶିକ୍ଷକ ସୁରେଶ ମେହେରଙ୍କ ନାଁରେ ବିଭାଗୀୟ ତଦନ୍ତ ଚାଲିଥିଲା। ତଦନ୍ତ ଅଧିକାରୀ ଭାବେ ବଲାଙ୍ଗୀର ବିଇଓ ରାଘବ ପାଣିଗ୍ରାହୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତଦନ୍ତ ସମୟରେ ସପକ୍ଷରେ ରିପୋର୍ଟ ଦେବା ପାଇଁ ବ୍ଲକ ଶିକ୍ଷାଧିକାରୀ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଏନେଇ ବଲାଙ୍ଗୀର ଭିଜିଲାନ୍ସ ବିଭାଗକୁ ଖବର ଦେଇଥିଲେ ଅଭିଯୋଗକାରୀ ଶିକ୍ଷକ। ପୂର୍ବ ଯୋଜନା ମୁତାବକ ବୁଧବାର ଅଫିସ ଭିତରେ ଲାଞ୍ଚ ନେଉଥିବା ସମୟରେ ବଲାଙ୍ଗୀର ଭିଜିଲାନ୍ସ ଟିମ୍‌ ମାଡ଼ି ବସିଥିଲା। ଲାଞ୍ଚ ଟଙ୍କା ଜବତ କରିବା ସହିତ ବିଇଓ ଗିରଫ ହୋଇଛନ୍ତି। ବିଇଓଙ୍କ ରାଜେନ୍ଦ୍ରପଡ଼ାଠାରେ ଥିବା ଘର ଏବଂ ଅଫିସରେ ଚଢ଼ାଉ ଜାରିରଖିଛି ଭିଜିଲାନ୍ସ ବିଭାଗ।

Related Articles

Back to top button